34.1 C
Bhubaneswar
Friday, March 29, 2024
Homeଓଡିଶାଭଉଁରୀ ଯାତ୍ରା ପାଇଁ ନୀତିନିର୍ଘଣ୍ଟ

ଭଉଁରୀ ଯାତ୍ରା ପାଇଁ ନୀତିନିର୍ଘଣ୍ଟ

ପୁରୀ : ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରାତଃ ୩ଟାରେ ମନ୍ଦିରର ଦ୍ୱାର ଫିଟାଯାଇ ୩ଟା ୩୦ମିନିଟ୍‌ରେ ଭିତରଶୋଧ ଓ ଭୋର ୪ଟାରେ ମଙ୍ଗଳ ଆଳତି କରାଯିବ । ୪ଟା ୩୦ମିନିଟ୍‌ରେ ମଇଲମ ଓ ତଡ଼ପଲାଗି, ୫ଟା ୩୦ମିନିଟ୍‌ରେ ଅବକାଶ, ସକାଳ ୬ଟାରେ ରୋଷହୋମ, ୬ଟା ୧୫ମିନିଟ୍‌ରେ ସୂର୍ଯ୍ୟପୂଜା, ୬ଟା ୩୦ମିନିଟ୍‌ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ୭ଟାରେ ଗୋପାଳବଲ୍ଲଭ ଓ ୭ଟା ୩୦ରୁ ୯ଟା ମଧ୍ୟରେ ସକାଳ ଧୂପ ସମ୍ପନ୍ନ ହେବ । ଏହି ଧୂପରେ କେବଳ କୋଠ ଭୋଗ କରାଯିବ ।

୭ଟା ୪୦ମିନିଟ୍‌ରେ ଭୋଗମଣ୍ଡପ ଉଠିବ । ୯ଟା ୩୦ମିନିଟ୍‌ରେ ରଥ ଆଜ୍ଞାମାଳ ବିଜେ କରାଯିବ । ୧୦ଟା ୧୫ମିନିଟ୍‌ରେ ଭୋଗ ମଣ୍ଡପ ଶେଷ ହେବା ପରେ ୧୦ଟା ୩୦ମିନିଟ୍‌ରେ ମଇଲମ, ୧୧ଟାରେ ଆଲଟ ଲାଗି, ୧୧ଟା ୧୫ମିନିଟ୍‌ରେ ଚନ୍ଦନଲାଗି, ୧୧ଟା ୪୫ମିନିଟ୍‌ରେ ବେଶ ଓ ଦକ୍ଷିଣି ଘର ଭୋଗ ଓ ୧୨ଟାରୁ ୧ଟା ମଧ୍ୟରେ ଜାତ ଭୋଗ ହେବ । ୧ଟା ୩୦ମିନିଟ୍‌ରେ ଚନ୍ଦନ ଠାକୁର ବିମାନକୁ ବିଜେ କରିବେ ଓ ୨ଟାରେ ବିମାନ ଉଠିବ । ୨ଟାରୁ ୩ଟା ୩୦ମିନିଟ୍ ମଧ୍ୟରେ ମଧ୍ୟାହ୍ନ ଧୂପରେ କେବଳ କୋଠ ଭୋଗ କରାଯିବ ।

୨ଟା ୧୫ମିନିଟ୍‌ରୁ ୪ଟା ମଧ୍ୟରେ ଦ୍ୱିତୀୟ ଭୋଗ ମଣ୍ଡପ, ୪ଟା ୩୦ରୁ ୫ଟା ୩୦ମିନିଟ୍ ମଧ୍ୟରେ ମଇଲମ ଓ ବେଶ, ୬ଟାରେ ସନ୍ଧ୍ୟା ଆଳତି, ୭ଟାରୁ ୮ଟା ୩୦ମିନିଟ୍ ମଧ୍ୟରେ ସନ୍ଧ୍ୟା ଧୂପ, ୯ଟାରେ ମଇଲମ, ୯ଟା ୩୦ମିନିଟ୍‌ରେ ଆଲଟ ଲାଗି ଓ ୧୦ଟାରେ ପଣାଭୋଗ କରାଯିବ । ଚନ୍ଦନ ଠାକୁରଙ୍କ ବାହୁଡ଼ା ବିଜେ ପରେ ଅବଶିଷ୍ଟ ନୀତିମାନ ସମାହିତ ହେବ ବୋଲି ନୀତି ନିର୍ଘଣ୍ଟରେ ସମୟ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking