30.1 C
Bhubaneswar
Sunday, June 23, 2024
Homeଓଡିଶାଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଖଡ଼ିଆଳ : ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ନୂଆପଡ଼ା ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ନରେଶ ମାଝି ଓ ତାଙ୍କର ଜଣେ ସଂପର୍କୀୟ। ଆହତ କଦମ ମାଝି ଓ ଘନଶ୍ୟାମ ମାଝିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଜାମ ଖୁଣ୍ଟା ଗ୍ରାମ ପଞ୍ଚାୟତର କାଲକୁଟ ଗ୍ରାମର ବିବାହ ଭୋଜି ଥିଲା। ନରେଶ, କଦମ, ଘନଶ୍ୟାମ ଓ ତାଙ୍କର ଜଣେ ସଂପର୍କୀୟ ବିବାହ ଭୋଜିରେ ଯୋଗ ଦେଇ ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ଜାମଖୁଣ୍ଟା ଗାଁ ନିକଟରେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking