ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ସହରରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ୨୦୨୨ ଡିସେମ୍ବରରେ ଉଷା ତ୍ରିପାଠୀ ନାମ୍ନ ଜଣେ ୫୨ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ଦୁଇ କନ୍ୟା ଅନ୍ତିମ ସଂସ୍କାର କରିବା ପରିବର୍ତ୍ତେ ମାଆଙ୍କ ମୃତଦେହକୁ ଗୋଟିଏ ଘରେ ତାଲା ପକାଇ ରଖିଥିଲେ । ପଡୋଶୀଙ୍କ ନିକଟରୁ ସୂଚନା ପାଇବାପରେ ପୁଲିସ ସେମାନଙ୍କ ଘର ଉପରେ ଚଢଉ କରି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ।
ବାପା କିଛି ବର୍ଷ ହେଲା ଘର ଛାଡି ଚାଲିଯାଇଥିବାବେଳେ ମାଆଙ୍କ ମୃତ୍ୟୁ ଦୁଇ କନ୍ୟାଙ୍କୁ ବେଶ ବିଚଳିତ କରିଥିଲା । ଫଳରେ ପଲ୍ଲବୀ (୨୭) ଓ ବୈଶ୍ୱିକ (୧୮) ନାମ୍ନୀ ଦୁଇ କନ୍ୟା ମୃତଦେହ ସଂସ୍କାର ନ କରିି ଘରେ ରଖିଥିଲେ । ପ୍ରାୟ ଏକ ସପ୍ତାହ ହେଲା ଦୁଇ ଭଉଣୀ ଘରୁ ବାହାରିନଥିବାରୁ ପଡୋଶୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେମାନେ ପୁଲିସକୁ ଜଣାଇଥିଲେ ।