28.1 C
Bhubaneswar
Sunday, September 8, 2024
Homeଓଡିଶାରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରକୁ +୨ ପରିଷଦର ଚିଠି; ପ୍ରଶ୍ନପତ୍ର ସୁରକ୍ଷା ଏବଂ ପରୀକ୍ଷାରେ ସ୍ୱଚ୍ଛତାକୁ...

ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରକୁ +୨ ପରିଷଦର ଚିଠି; ପ୍ରଶ୍ନପତ୍ର ସୁରକ୍ଷା ଏବଂ ପରୀକ୍ଷାରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର: ଦ୍ୱାଦଶ ପରୀକ୍ଷାରେ ସର୍ବାଧିକ ସ୍ୱଚ୍ଛତା ଆଣିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହେଉଛି । ବିଶେଷକରି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ସହ ମୁଲ୍ୟାଙ୍କନରେ ମଧ୍ୟ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ରାଜ୍ୟର ସମସ୍ତ ସମସ୍ତ ଜୁନିୟର କଲେଜର ପରୀକ୍ଷାରୁମ୍ ସମେତ ପ୍ରାକ୍ଟିକାଲ କକ୍ଷରେ ସିସି କ୍ୟାମେରା ଲଗାଈବା ବାଧ୍ୟତାମୂଳ ହୋଇଛି । ଆସନ୍ତା ଫେବୃଆରୀ ୨୧ରୁ +୨ ଥିଓରୀ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରୀରୁ ପ୍ରାକ୍ଟଇକାଲ ପରୀକ୍ଷା ଆରମ୍ଭ ହେବ । ତେଣୁ ରାଜ୍ୟର ପରୀକ୍ଷାକେନ୍ଦ୍ରଗୁଡିକରେ ସିସି କ୍ୟାମେରା କାର୍ଯ୍ୟକ୍ଷମ କିପରି ହେଉଛି ଏବଂ ପରୀକ୍ଷା ଲାଗି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମସ୍ତ ପୂର୍ଣ୍ଣାଙ୍ଗ ରିପୋର୍ଟ ଡିସେମ୍ବର ୧୫ତାରିଖ ସୁଦ୍ଧା ଦାଖଲ କରିବାକୁ +୨ ପରିଷଦ ପକ୍ଷରୁ ସବୁ ଜୁନିୟର କଲେଜର ଅଧ୍ୟକ୍ଷଙ୍କୁ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ମଙ୍ଗଳବାର ଚିଠି କରିଛନ୍ତି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପ୍ରତ୍ୟେକ ପରୀକ୍ଷାକେନ୍ଦ୍ର ସମେତ ଷ୍ଟ୍ରଙ୍ଗ୍‌ରୁମ୍‌, ସିଏସ୍ କକ୍ଷ ଏବଂ ପ୍ରାକ୍ଟିକାଲ କକ୍ଷରେ ସିସି କ୍ୟାମେରା ଯଦି ନାହିଁ ତେବେ ଖୁବ ଶୀଘ୍ର ଏହାର ବ୍ୟବସ୍ଥା କରି ୧୫ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଚେତାବନୀ ଦିଆଯାଇଛି । ସେହିପରି ସିସି କ୍ୟାମେରାରେ ସଠିକ ତାରିଖ, ସମୟ ଏବଂ ତାର କାର୍ଯ୍ୟକ୍ଷମ ସମ୍ପର୍କରେ ଏକ ଟେକ୍ନିକାଲ ଯାଞ୍ଚ ରିପୋର୍ଟ କଲେଜ କର୍ତ୍ତୃପକ୍ଷ ପ୍ର୍ରଦାନ କରିବେ । ସିସି କ୍ୟାମେରା ଯାଞ୍ଚ ରିପୋର୍ଟ ସମେତ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ କକ୍ଷରେ ସିସି କ୍ୟାମେରା ଏଣିକି ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାବ୍ୟତୀତ ଡିଭିଆର୍‌, ଏନ୍‌ଭିଆର୍‌, କ୍ଲାଉଡ୍ ଇନ୍‌ଷ୍ଟଲ, ଇଣ୍ଟରନେଟ୍ ସଂଯୋଗ, ଷ୍ଟାଟିକ୍ ଆଇପି ଆଡ୍ରେସ୍‌, ଇନ୍‌ଷ୍ଟଲ କ୍ଲାଉଡସିରିଏଲ ନମ୍ବର ଏବଂ କ୍ୟାମେରାର ସିରିଏଲ ନମ୍ବର ଆଦି ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏ ସମ୍ପକିତ ସମସ୍ତ ସମସ୍ତ ତଥ୍ୟ ଡିସେମ୍ବର ୧୫ତାରିଖ ସୁଦ୍ଧା କଲେଜ କର୍ତ୍ତୃପକ୍ଷ ସାମ୍ସ ଇସ୍ପେଷରେ ଦାଖଲ କରିବା ସହ କଲେଜର ସବିଶେଷ ବିବରଣୀ ମଧ୍ୟ ଦାଖଲ କରିବେ ।

ଏଣିକି ଯଦି ଉଭୟ ପରୀକ୍ଷାକେନ୍ଦ୍ର ଏବଂ ପ୍ରାକ୍ଟିକାଲ କକ୍ଷରେ ସିସି କ୍ୟାମେରା ବ୍ୟବସ୍ଥା ନଥାଏ ତେବେ ସମ୍ପୃକ୍ତ କଲେଜରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ । ଏବଂ ସେହି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି +୨ ପରିଷଦ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ।

+୨ ପରିଷଦର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା ଅନୁସାରେ ଗତ ୨ବର୍ଷ ହେବ ଦ୍ୱାଦଶ ପରୀକ୍ଷା ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ପଡୁଛି । ମାତ୍ର ଦ୍ୱାଦଶଶ୍ରେଣୀ ପରୀକ୍ଷାରେ ପ୍ରତିବର୍ଷ ଉଭୟ ପ୍ରାକ୍ଟିକାଲ ଏବଂ ଥିଓରୀରେ ଅନେକ ସମସ୍ୟା ଉପୁଜିୁଛି । ଅନେକ କଲେଜରେ ପରୀକ୍ଷାରେ କପି ଏବଂ ଅନ୍ୟାନ୍ୟ ତୃଟି ଉପୁଜିଥିବାର ଅଭିଯୋଗ ହେଉଛି । ତେଣୁ ପୂର୍ବରୁ ବହୁବାର ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ବାଧ୍ୟତାମୂଳ କରାଯାଇଥିଲେ ହେଁ ତାହା ଶତପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରି ନଥିଲା । ୨୦୨୪ ପରୀକ୍ଷାରେ କୌଣସି ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ । ରାଜ୍ୟରେ ସବୁ ପରୀକ୍ଷାକେନ୍ଦ୍ର ଭିତ୍ତିଭୂମିରେ ବିକାଶ ଆଣିବା ସହ କପି ରୋକିବା ଲାଗି ସର୍ବାଧିକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ସବୁ ପରୀକ୍ଷାକେନ୍ଦ୍ରକୁ ଯାଞ୍ଚ କରାଯିବା ସହ ଏଣିକି ସବୁ ଶ୍ରେଣୀ ଏବଂ ପ୍ରଶ୍ନପତ୍ର ରଖାଯାଉଥିବା କକ୍ଷରେ ସିସି କ୍ୟାମେରା ଲଗାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking