34.1 C
Bhubaneswar
Thursday, June 20, 2024
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ପହଞ୍ଚିଲେ । ବିଜେପି ବିଧାୟକ ଏବଂ ନେତାମାନଙ୍କ ସହ ଆଲୋଚନା କରିବେ । ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିବେ ଉଭୟ । ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରନ୍ତି । ସୂଚନା ଯୋଗ୍ୟ ଯେ, କେନ୍ଦ୍ରୀୟ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଆସନ୍ତା ୧୨ ତାରିଖରେ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ରହିଛି। ସେଥିପାଇଁ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ତେବେ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ଆଜି ଅପରାହ୍ନ ସାଢ଼େ ୪ଟା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସୁଛି ବିଜେପିର ବିଧାୟକ ଦଳ ବୈଠକ । ଏଥିପାଇଁ ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବ ଆସୁଛନ୍ତି । ରାଜନାଥ ଓ ଭୂପେନ୍ଦ୍ର ନବନିର୍ବାଚିତ ୭୮ ବିଧାୟକଙ୍କ ସହ ଦୁଇ ପର୍ଯ୍ୟବେକ୍ଷକ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking