ଭୁବନେଶ୍ୱର: କୁଆଖାଇରେ ବୁଡ଼ି ଯାଇଥିବା ୨ ନାବାଳିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର । ପ୍ରତାପନଗରୀ କୁଆଖାଇ ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ । ୫ଜଣ ସାଙ୍ଗ ଗାଧୋଉଥିବାବେଳେ ୩ଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ଉଦ୍ଧାର ପାଇଥିବାବେଳେ ୨ଜଣ ବୁଡ଼ି ଯାଇଥିଲେ । ଜଣଙ୍କ ମୃତଦେହ ମିଳିଲା, ଆଉ ଜଣକୁ ପାଇବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ଉଦ୍ଧାର ଏବଂ ନିଖୋଜ ସମସ୍ତ ସ୍କୁଲ ଛାତ୍ରଙ୍କ ବୟସ ୧୩ରୁ୧୪ ବର୍ଷ ହେବ । ସୂଚନା ଯୋଗ୍ୟ ଯେ ଆଜି କୁଆଖାଇ ନଦୀରେ ବୁଡ଼ି ୨ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ ।
କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଏପରି ଅଘଟଣ ଘଟିଥିଲା । ନିଖୋଜ ନାବାଳକ ଦ୍ୱୟ ଭୁବନେଶ୍ୱର ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଥିଲା । ୫ ଜଣ ସାଙ୍ଗ ଏକାଠି ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଭାସି ଯାଇଥିଲେ । ନିକଟରେ ଦୁଇଟି ବାଇକ୍ ମଧ୍ୟ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଥିଲେ ଏବଂ ଜଣଙ୍କର ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି ।