ଶ୍ରୀନଗର: ଜମ୍ମୁ-କଶ୍ମୀରର ଅର୍ନିଆ ଓ ସୁଚେତ୍ଗଡ ସେକ୍ଟରସ୍ଥିତ ନିୟନ୍ତ୍ରଣ ରେଖା ଅପରପାଶ୍ୱର୍ରୁ ପାକିସ୍ତାନ ସୈନ୍ୟ ଶୁକ୍ରବାର ଭାରତୀୟ ଶିବିର ଉପରକୁ ଆଖିବୁଜା ଗୁଳିଚାଳନା କରିବା ଫଳରେ ୨ ଜଣ ବିଏସ୍ଏଫ୍ ଯବାନ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତ ଯବାନଙ୍କଚୁ ଜମ୍ମୁସ୍ଥିତ ସେନା କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି ।
ବର୍ତ୍ତମାନ କଶ୍ମୀର ଘାଟିରେ ପ୍ରବଳ ଶୀତ ଅନୁଭୂତ ହେଉଥିବାବେଳେ ବରଫପାତ ମଧ୍ୟ ଆରମ୍ଭ ହୋଇଛି । ଏହାର ସୁଯୋଗ ନେଇ ଭାରତୀୟ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲକ୍ଷ୍ୟରେ ପାକିସ୍ତାନୀ ସେନା ଏଭଳି ଚକ୍ରାନ୍ତ କରୁଥିବା କୁହାଯାଇଛି ।