28.1 C
Bhubaneswar
Thursday, June 19, 2025
Homeଓଡିଶାଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ୨ ଭାଇ ମୃତ

ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ୨ ଭାଇ ମୃତ

ନୟାଗଡ: ନୟାଗଡ ସଦରଥାନା ସଠିଆପଲ୍ଲି ଗାଁରେ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ଦୁଇ ପୁଅ ଚନ୍ଦ୍ରଶେଖର ଓ ରୁଦ୍ରମାଧବ । ଚନ୍ଦ୍ରଶେଖର ଗୋଡିଆଳି ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ରୁଦ୍ର ଅଙ୍ଗନୱାଡିରେ ପଢୁଥିଲେ । ଗଣେଶ ପୂଜା ଅବସରରେ ଦୁଇଭାଇ ଚନ୍ଦ୍ରଶେଖର ଓ ରୁଦ୍ରମାଧବ ବିଦ୍ୟାଳୟକୁ ଯାଇ ଭୋଜିଖାଇ ଘରକୁ ଫେରିଥିଲେ । ପରେ ଉଭୟ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ଶୌଚ ହେବା ସମୟରେ ଦୁଇଭାଇ ପୋଖରୀରେ ବୁଡି ଯାଇଥିଲେ। ପୋଖରୀ କୁଳରେ ଚପଲ ଏବଂ ସାର୍ଟ ପଡିଥିବା ଦେଖି ମୃତକଙ୍କ ବଡବାପା ପୋଖରୀରେ ଖୋଜିଥିଲେ। ପୋଖରୀ ଭିତରୁ ଦୁଇଭାଇଙ୍କ ମୃତଦେହ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ଯବଛେଦ ପାଇଁ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking