26.1 C
Bhubaneswar
Tuesday, April 1, 2025
Homeଅପରାଧମହୁଲ ଗୋଟାଇବାକୁ କେନ୍ଦ୍ରକରି ଗଣ୍ଡଗୋଳ: ୨ ଭାଇ ଗିରଫ, ଟାଙ୍ଗିଆ ଜବତ

ମହୁଲ ଗୋଟାଇବାକୁ କେନ୍ଦ୍ରକରି ଗଣ୍ଡଗୋଳ: ୨ ଭାଇ ଗିରଫ, ଟାଙ୍ଗିଆ ଜବତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଭତ୍ରା (ବିଶ୍ୱନାଥପୁର) ଗ୍ରାମରେ ମହୁଲ ଗୋଟାଇବାକୁ କେନ୍ଦ୍ର କରି କକା ଓ ବବାଙ୍କ ପରିବାରମାନଙ୍କ ମଧ୍ୟରେ ରବିବାର ସକାଳେ ଗଣ୍ଡଗୋଳ ହେବା ମାଡ଼ ପିଟ୍ ହୋଇଛି । ଏହି ମାଡ଼ପିଟ ଘଟଣାରେ ବଡ଼ବାପାଙ୍କ ପୁଅ ଭାଇମାନଙ୍କ ଆକ୍ରମଣରେ କକା ପୁଅ ଭାଇ ଶରତ ଭୋଇ ଗୁରୁତର ଆହତ ହୋଇ ଥିବା ବେଳେ ଅନ୍ୟ ପରିବାର ଜଣେ ପୁତ୍ର ବଧୁଙ୍କ ଚୁଡ଼ି ଭାଙ୍ଗି, ତାଙ୍କର ଶାଢ଼ୀ ଆଦି ଚିରି ଯାଇଛି । ଆହତ ଶରତ ଭୋଇଙ୍କୁ ଉଦ୍ଧାର କରି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଚାରମାଳ ପୁଲିସ ପୃଥକ୍ ପୃଥକ୍ ଭାବରେ ୨ଟି ମାମଲା ରୁଜୁ କରାଯାଇଛି । ହେଲେ ଏହି ମାଡ଼ ପିଟ ଅଭିଯୋଗ ଘଟଣାରେ ପୁଲିସ ୨ ଭାଇ ରାଜ କିଶୋର ଭୋଇ ଓ ସୁମନ୍ତ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ କହିଛି ।

ଘଟଣାରୁ ଜଣାଯାଇଛି ଯେ, ଚାରମାଳ ଥାନା ଅନ୍ତର୍ଗତ ଭତ୍ରା ଗ୍ରାମରେ ରବିବାର ଦିନ ସକାଳେ ଦାଶ ଭୋଇ ଓ ତାଙ୍କ ୨ପୁଅଙ୍କ ସହିତ ଶରତ ଭୋଇ, ପୁତ୍ରବଧୁ ସଂଯୁକ୍ତାଙ୍କ ଗାଁ ପାଖରେ ଥିବା ଏକ ମହୁଲ ଗଛକୁ ମହୁଲ ଗୋଟାଇବାକୁ ଯାଇଥିଲେ । ହେଲେ ଏତିକି ବେଳେ ଅନ୍ୟ ଏକ ପରିବାରର ଅନ୍ନ ଭୋଇଙ୍କ ପୁଅ ରାଜ କିଶୋର ଭୋଇ, ତାଙ୍କ ଭାଇ ସୁମନ୍ତ ଭୋଇ, କୁଶ ଭୋଇ, ନବୀନ ଭୋଇ ଆଦି ମହୁଲ ଗଛ ପାଖକୁ ଯାଇ ଏହା ଆମର ମହୁଲ ଗଛ କହି ଦାବି କରିଥିଲେ । ଏହାପରେ ୨ପରିବାରଙ୍କ ମଧ୍ୟରେ ବଚସା ହେବା ସହ ଗଣ୍ଡଗୋଳ ହୋଇଥିଲା ।

ଏଥିରେ ରାଜ କିଶୋର ଭୋଇ ଏକ ଠେଙ୍ଗାରେ ଆକ୍ରମଣ କରିବାରୁ ଶରତ ଭୋଇ ଗୁରୁତର ଆହତ ହୋଇଥିଲେ । ଆହତ ଶରତ ଏବେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୃଥକ୍ ପୃଥକ୍ ଅଭିଯୋଗ ପରେ ପୁଲିସ ୨ମାମଲା ରୁଜୁ କରି ଘଟଣାର ତଦନ୍ତ କରି ବଡ଼ବାପା ପୁଅ ୨ ଭାଇ ରାଜ କିଶୋର ଭୋଇ ଓ ସୁମନ୍ତ ଭୋଇଙ୍କୁ ଗିରଫ କରି ଟାଙ୍ଗିଆ ଆଦି ଜବତ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ବସନ୍ତ କୁମାର ଦଳେଇ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking