ହାଇଦ୍ରାବାଦ: ତେଲେଙ୍ଗାନାର ମେଡକ୍ ଜିଲ୍ଲାରେ ସୋମବାର ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ‘ପିଲାଟସ୍ ପିସି ୭’ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୨ ଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି । ପ୍ରଶିକ୍ଷକ ଓ ଟ୍ରେନି ପାଇଲଟ୍ଙ୍କୁ ନେଇ ଉକ୍ତ ବିମାନଟି ହାଇଦ୍ରାବାଦସ୍ଥିତ ବାୟୁସେନା ଘାଟିରୁ ଉଡାଣ ଆରମ୍ଭ କରିଥିଲା ।
ପ୍ରତିରକ୍ଷା ମନ୍ତ୍ରୀ ରାଜନପାଥ ସିଂହ ମୃତ ପାଇଲଟ୍ଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିବାବେଳେ ବାୟୁସେନା ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।