ଭୁବନେଶ୍ୱର : ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । କିଛି ସମୟ ପରେ ଆରମ୍ଭ ହେବ ବଜେଟ ଅଧିବେଶନ । ପ୍ରଥମେ ବାଚସ୍ପତି ସୁରମା ପାଢୀଙ୍କୁ କିଛି ସମୟ ପୂର୍ୱରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ ଅଫ ଅନର ପରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି ା ନିଜର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଛନ୍ତି । କହିଛନ୍ତି ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ସଶକ୍ତ ହେବେ । ୨୦୨୪ – ୨୫ରେ ୧୦ ଲକ୍ଷ ମହିଳାଙ୍କୁ ତାଲିମ ଦିଆଯିବ । ଲକ୍ଷପତି ଦିଦି ଯୋଜନାରେ ସଶକ୍ତ ହେବେ ମହିଳା । ଶିଶୁ , ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ଙ୍କୁ ଦିଆଯାଉଛି ପୁଷ୍ଟିକର ଖାଦ୍ୟ । ୪୬ ଲକ୍ଷ ହିତାଧିକାରୀଙ୍କୁ ଦିଆଯାଉଛି ପୁଷ୍ଟିକର ଖାଦ୍ୟ । ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣରେ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ପଡା ପୁଷ୍ଟି କାଯ୍ୟକ୍ରମ ଦୁର୍ଗମ ଗାଁରେ ପହଞ୍ଚାଯାଉଛି । ପୂଣ୍ଣ ଆହାର କାଯ୍ୟକ୍ରମକୁ ଗୁରୁତ୍ୱର ସହ ନେଇଛନ୍ତି ସରକାର । କୁ ପୋଷଣର ଶିକାର ଶିଶୁଙ୍କ ଆରୋଗ୍ୟ ହାର ୭୯ ପ୍ରତିଶତ ଅଟେ । ଆହୁରି କହିଛନ୍ତି ଆମେ କୁନି ପିଲା ଯୋଜନାରେ ପିଲାଙ୍କ ବୋଧଶକ୍ତି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ।