ଭୁବନେଶ୍ୱର: ଗତ ୩ ବର୍ଷ ଅର୍ଥାତ ୨୦୨୦-୨୦୨୩ ବର୍ଷ ମଧ୍ୟରେ ରାଜ୍ୟର ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି । ସେହିପରି ୨୦୨୩-୨୪ ଆର୍ôଥକ ବର୍ଷରେ ୫୨୬ଟି ବିଜୁ ସେତୁ ନିର୍ମାଣ ପାଇଁ ୧୯୨୪ କୋଟି ବ୍ୟୟ ବରାଦ କରାଯାଇଛି । ମଙ୍ଗଳବାର ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ ବିଧାୟକ ଗଣେଶରାମ ଖୁଣ୍ଟିଆଙ୍କ ମୂଳପ୍ରଶ୍ନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି,ସୁରେଶ କୁମାର ରାଉତରାୟ, ନୃସିଂହ ସାହୁ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ।
ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ଟି ରାସ୍ତା ନିର୍ମାଣ ହୋଇଛି । ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ ଟି ରାସ୍ତାର ମରାମତି ପାଇଁ ୩୯ .୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟର ଅନ୍ୟ ୬୬୨୪ଟି ରାସ୍ତା ମରାମତି ପାଇଁ ୧୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୦ରୁ ୨୦୨୩ ଆର୍ôଥକ ବର୍ଷ ମଧ୍ୟରେ ବର୍ଷରେ ୧୧୮୪ କୋଟି ଟଙ୍କା ବ୍ୟୟରେ ୫୦୩ଟି ବିଜୁ ସେତୁ ନିର୍ମାଣ ହୋଇଛି ।୨୦୨୩-୨୪ ବର୍ଷରେ ୫୨୬ଟି ବିଜୁ ସେତୁ ନିର୍ମାଣ ପାଇଁ ୧୯୨୪ କୋଟି ବ୍ୟୟ ବରାଦ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।