ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ୧୯ ଜଣ ଓଡ଼ିଶା ସିଭିଲ୍ ସର୍ଭିସ୍ ଅଫିସରଙ୍କୁ ଆଇଏଏସ୍ ଭାବେ ପଦୋନ୍ନତି ମିଳିଛି । କେନ୍ଦ୍ର କର୍ମଚାରୀ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ଅଧିନସ୍ଥ କର୍ମଚାରୀ ଓ ତାଲିମ୍ ବିଭାଗ ଏନେଇ ବିଜ୍ଞପ୍ତି ଯୋଗେ ଜଣାଇଛି । ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ଓଡ଼ିଶା କ୍ୟାଡର୍ରେ ଏହି ଅଫିସରମାନଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ୧ ଜାନୁଆରୀ ୨୦୧୯ରୁ ୩୧ ଡିସେମ୍ବର ୨୦୧୯ ମଧ୍ୟରେ ଖାଲି ହୋଇଥିବା ବିଭିନ୍ନ ଆଇଏଏସ୍ ପଦବୀରେ ଏମାନଙ୍କୁ ନିଯୁକ୍ତ କରାଯାଇଛି ।
ଏହି ଅଫିସରମାନେ ହେଲେ ଗଣେଶ ଚନ୍ଦ୍ର ପାତ୍ର, ଶଶଧର ନାୟକ, ବିକାଶ ଚନ୍ଦ୍ର ମହାପାତ୍ର, ବ୍ରତତୀ ହରିଚନ୍ଦନ, ମନୋଜ କୁମାର ପଟ୍ଟନାୟକ, ସଦାନନ୍ଦ ନାୟକ, ମେରୀ ଲାକ୍ରା, ଦୟାନିଧି ନାୟକ, ଶ୍ରୀନିବାସ ବେହେରା, ଯୁଧିଷ୍ଠିର ନାୟକ, ଉଦୟ ନାରାୟଣ ଦାସ, ସୁଜାତା ସାହୁ, ଗଙ୍ଗାଧର ସାହୁ, ଅଶ୍ୱିନୀ କୁମାର ମିଶ୍ର, ରାମାଶିଷ ହାଜରା, ସୁଶାନ୍ତ କୁମାର ମହାନ୍ତି, ଜ୍ୟୋତିପ୍ରକାଶ ଦାସ, ଶୀତାଂଶୁ କୁମାର ରାଉତ ଏବଂ କୃଷ୍ଣ ପ୍ରସାଦ ପାଟିଲ ।