ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶର ଏଲୁରୁ ଜିଲ୍ଲାରେ ଶନିବାର ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆଯାଇଛି। ଆନ୍ଧ୍ର ପ୍ରଦେଶ ପୋଲିସ ପଶୁ କ୍ରୁରତା ନିବାରଣ ଅଧିନିୟମ ଅଧୀନରେ କେ ବୀରବାବୁ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ବୀରବାବୁ ପୋଲିସକୁ କହିଛନ୍ତି ଯେ ଚେବରୋଲେ ଗାଁର ସରପଞ୍ଚ ଓ ସଚିବ ତାଙ୍କୁ ଘାତକ ଇଞ୍ଜେକ୍ସନ ଦେଇ ବୁଲା କୁକୁରମାନଙ୍କୁ ମାରି ଦେବାକୁ ଆଦେଶ ଦେଇଥିଲେ। ମାମଲା ବିଷୟରେ ଜଣାପଡ଼ିବା ପରେ ପଶୁ ଅଧିକାର ଗୋଷ୍ଠୀ ସମୂହ ସମ୍ପୃକ୍ତ ସରପଞ୍ଚ ଓ ସଚିବଙ୍କ ବିରୋଧରେ ଯଥାଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠାଇଛନ୍ତି। କହି ରଖୁଛୁ କି, ଚଳିତ ବର୍ଷ ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ ୧୦୦ରୁ ଅଧିକ କୁକୁରଙ୍କୁ ହତ୍ୟା କରାଯାଇଥିଲା। ବିରାଟ ଗର୍ତ୍ତ ଭିତରେ ପଡ଼ିଥିବା ମୃତ କୁକୁରମାନଙ୍କ ଭିଡିଓ ସେତେବେଳେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହାପରେ ଏହି ମାମଲାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ପୁଣିଥରେ ଆନ୍ଧ୍ର ପ୍ରଦେଶରୁ ଏମିତି ମାମଲା ଆସିବା ପରେ ବିବାଦୀୟ ପରିସ୍ଥିତି ଦେଖାଦେଇଛି।