ନୂଆଦିଲ୍ଲୀ: ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାବେଳେ ଏହା ୨୨ ପର୍ଯ୍ୟନ୍ତ ଚାଲିବ । ୧୯ ଦିନ ମଧ୍ୟରେ ସରକାର ସଂସଦରେ ୧୮ଟି ବିଲ୍ ଆଗତ କରିବେ ବୋଲି ଜଣାପଡିଛି । ଏଗୁଡିକ ମଧ୍ୟରେ ତିନିଟି ଫୌଜଦାରୀ ଆଇନର ନାମ ପରିବର୍ତ୍ତନ ସାଙ୍ଗକୁ ଜମ୍ମୁ-କଶ୍ମୀର ଓ ପୁଦୁଚେରୀରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାର ସମୟସୀମା ବୃଦ୍ଧି ଅନ୍ତର୍ଭୁକ୍ତ ।
ଏହାବ୍ୟତୀତ ଜମ୍ମୁ-କଶ୍ମୀର ବିଧାନସଭାର ଆସନ ସଂଖ୍ୟା ୧୦୭ରୁ ୧୧୪କୁ ବୃଦ୍ଧି କରାଯିବା ସଂକ୍ରାନ୍ତ ବିଲ୍ ମଧ୍ୟ ତାଲିକାଭୁକ୍ତ ହୋଇଛି । ଫଳରେ କଶ୍ମୀରରୁ ସ୍ଥାନାନ୍ତର ହୋଇଥିବା କିମ୍ବା ପିଓକେରୁ ବାସଚ୍ୟୁତ ହୋଇଥିବା କଶ୍ମୀରୀ ନାଗରିକଙ୍କୁ ପ୍ରତିନିଧିତ୍ୱର ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।