ରାୟପୁର: ଛତିଶଗଡ ସୁକମା ଏନକାଉଣ୍ଟରରେ ୧୭ ମାଓବାଦୀ ନିପାତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଛନ୍ତି । ଡିଭିଏସ କ୍ୟାଡର ଟପ ମାଓନେତା ଜଗଦୀଶ ନିହତ ହୋଇଛନ୍ତି । ଏକେ ୪୭, ଇନସାସ , ରକେଟ ଲଞ୍ଚର ଜବତ ହୋଇଛି । ସୁକୁମା କେରଲାପାଲ ଜଙ୍ଗଲରେ ଏନକାଉଣ୍ଟର ଚାଲିଥିଲା । ସୂଚନା ଥାଉକି ଆଜି ସକାଳେ , ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ୧୬ ମାଓବାଦୀ ନିହତ ହୋଇଥିଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଓ ଦନ୍ତେୱାଡା ଜିଲ୍ଲାର ଅପମ୍ଫଲ୍ଲୀ ଜଙ୍ଗଲରେ ପୋଲ୍ସ ମାଓବାଦୀ ଭିତରେ ବଡ ଧରଣର ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିବାର ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦର ରାଜ । ଡିଆରଜି ଏବଂ ସିଆରପିଏଫ କୋବ୍ରା ଯବାନଙ୍କ ମିଳିତ ଅପରେସନରେ ବଡ ସଫଳତା ମିଳିଛି । ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।