36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୧୬,୦୦୦ ଘୋଡ଼ାଙ୍କୁ ଗୁଳି କରି ମାରିବେ ଅଷ୍ଟ୍ରେଲିଆ ସରକାର!

୧୬,୦୦୦ ଘୋଡ଼ାଙ୍କୁ ଗୁଳି କରି ମାରିବେ ଅଷ୍ଟ୍ରେଲିଆ ସରକାର!

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଙ୍ଗଲି ଘୋଡାମାନଙ୍କୁ ହେଲିକପ୍ଟରରୁ ଗୁଳି କରାଯିବ। ଜାତୀୟ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ, ଦକ୍ଷିଣ-ପୂର୍ବ ଅଷ୍ଟ୍ରେଲିଆର କୋସିୟୁଜକୋ ଜାତୀୟ ଉଦ୍ୟାନରେ ପାଖାପାଖି ୧୯,୦୦୦ ଜଙ୍ଗଲି ଘୋଡା ଅଛନ୍ତି, ଯେଉଁମାନଙ୍କୁ ‘ବ୍ରୁମ୍ବିଜ୍‌’ ନାମରେ ଜଣାଯାଇଥାଏ। ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ଅଧିକାରୀମାନେ ୨୦୨୭ ମଧ୍ୟଭାଗ ସୁଦ୍ଧା ଏହି ସଂଖ୍ୟାକୁ ହ୍ରାସ କରି ୩,୦୦୦ କରିବାକୁ ଚାହୁଁଛନ୍ତି। ତେଣୁ ଘୋଡାମାନଙ୍କୁ ମାରିବା ପାଇଁ ଏହି ଆଦେଶ ଉପରେ ସହମତ ହୋଇଛି।
ନ୍ୟୁ ସାଉଥ ୱେଲ୍ସର ପରିବେଶ ମନ୍ତ୍ରୀ ପେନି ଶାର୍ପ କହିଛନ୍ତି ଯେ ବହୁ ସଂଖ୍ୟକ ଜଙ୍ଗଲି ଘୋଡା ସମଗ୍ର ଇକୋସିଷ୍ଟମ ପ୍ରତି ବିପଦ ସୃଷ୍ଟି କରୁଛନ୍ତି, ଏଥିପାଇଁ ଆମକୁ ବର୍ତ୍ତମାନ କାର‌୍ୟ୍ୟ କରିବାକୁ ପଡିବ। ଗତ ୨୦ ବର୍ଷ ମଧ୍ୟରେ ଜଙ୍ଗଲି ଘୋଡାମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଘୋଡ଼ାମାନେ ଜଳପଥ ବନ୍ଦ କରି ଦେଶୀ ପ୍ରାଣୀମାନଙ୍କ ଆବାସକୁ ନଷ୍ଟ କରି ଦେଉଛନ୍ତି।
ବ୍ରୁମ୍ବିଜ୍ ବା ଜଙ୍ଗଲି ଘୋଡା ଜଳପଥକୁ ନଷ୍ଟ କରି ଦିଅନ୍ତି। ଏମାନେ ଦେଶୀ ବନ୍ୟଜୀବ ଯେପରି କରୋବୋରୀ ବେଙ୍ଗ, ଚଉଡ଼ା ଦାନ୍ତ ଥିବା ମୂଷା ଏବଂ ବିରଳ ଅଲ୍‌ପାଇନ୍ ଅର୍କିଡ୍ ଆଦିଙ୍କୁ ମାରି ପକାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking