19.1 C
Bhubaneswar
Saturday, November 23, 2024
Homeଅପରାଧନିଶା ଔଷଧ କାରବାର : ୧୬ ଗିରଫ

ନିଶା ଔଷଧ କାରବାର : ୧୬ ଗିରଫ

ସମ୍ବଲପୁର : ସମ୍ବଲପୁର ସହରରେ ଅପମିଶ୍ରିତ ନିଶା ଔଷଧ କାରବାର ବଢି ଚାଲିଥିବାବେଳେ ଏହାର ନିରାକରଣ ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହିକ୍ରମରେ ଏସଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ସହରର ଟାଉନ ଥାନା, ଅଇଁଠାପାଲି ଥାନା, ଧନୁପାଲି ଥାନା, ସଦର ଥାନା ଓ କ୍ଷେତରାଜପୁର ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ମୋଟ ୧୪ଜଣଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ଝାଡୁଆପଡ଼ାର ସୌମ୍ୟରଞ୍ଜନ ତ୍ରିପାଠୀ (୩୯), ଆମ୍ବେଦକର ନାଗରର ଶ୍ରୀକାନ୍ତ ଦୀପ (୧୯), ଘାସି ବିଭାର(୪୫), ପପି ବିଭାର (୧୯) ଓ ସୁନୀଲ ସୋନକାର (୩୫), ବରଗଡ଼ ଜିଲ୍ଲା ଲରମ୍ଭାର ପ୍ରବୀଣ ମିଶ୍ର (୨୪), ଧନୁପାଲିର ଶୁଭ୍ରାଂଶୁ କୁମ୍ଭ (୨୨), ସୋନାପାଲିର ମହମ୍ମଦ ନୌସାଦ ଅଲ୍ଲୀ (୩୦), ୍‌ମାୟା ବଗିଚାର ମହମ୍ମଦ ରୟାଜ (୧୯), ପେନସନପଡ଼ା ମହମ୍ମଦ ଖଲିଲ(୨୦), କୁମ୍ଭାରପଡ଼ାର ପ୍ରଦୀପ ରଣା (୨୩), ବଲାଙ୍ଗିର ଜିଲ୍ଲା ଲୁଇସିଂହାଥାନା ଅନ୍ତର୍ଗତ ଫାସଡର ରାଜା ଓରଫ ନିତେଇ ବରାଡ, ସଦର ଥାନା ଅନ୍ତର୍ଗତ ପ୍ରଧାନପାଲିର ସତ୍ୟମ ନାୟକ (୩୦), ଦେଉଳବନ୍ଧର ରାହୁଲ ନାଗ ଓ ବଡବଜାର ବଙ୍ଗଳାପଡ଼ାର ରୋସନ ଜଲହାରୁ । ଏଣିକି ନିୟମିତ ଭାବେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଅପମିଶ୍ରିତ ନିଶା ଔଷଧ କାରବାର ରୋକିବା ସକାଶେ କାର୍ଯ୍ୟାନୁଷ୍ଠାନ କରିବାସହ ଏହି ବେଆଇନ କାରବାରରୁ ଦୂରେଇ ରହିବାପାଇଁ ସାଧାରଣରେ ସଚେତନତା ସୃଷ୍ଟି କରିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking