37.1 C
Bhubaneswar
Thursday, March 28, 2024
Homeଓଡିଶାସଜା କାଟୁଥିବା ଆସାମୀଙ୍କ ୪ ପିଲା ଉଦ୍ଧାର

ସଜା କାଟୁଥିବା ଆସାମୀଙ୍କ ୪ ପିଲା ଉଦ୍ଧାର

ଜମନକିରା : ସଜା କାଟୁଥିବା ଆସାମୀଙ୍କ ୪ ପିଲାଙ୍କୁ ସୋମବାର ସମ୍ବଲପୁର ଜିଲ୍ଲା ଜମନକିରା ଥାନା ପୁଲିସ ଉଦ୍ଧାର କରିଛି । ଉଦ୍ଧାର ପରେ କୁଚିଣ୍ଡା ଚାଇଲ୍ପଲାଇନକୁ ହସ୍ତାନ୍ତର କରାଯାଇଛି । ଛାତ୍ରମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଲବସପୁର ନିତ୍ୟା ବଲୁଆର ପୁଅ ପିଙ୍କୁ , କୁଚିଣ୍ଡା ଥାନା ମନବୋଧ ଗୁରୁର ପୁଅ ବିଷ୍ଣୁ , ବଲାଙ୍ଗିର ଜିଲ୍ଲା ଖରମୁଣ୍ଡା ଗାଁର ଅର୍ଜୁନ ବାରିକର ପୁଅ ଚନ୍ଦ୍ରଶେଖର , ଗଜପତି ଜିଲ୍ଲା ରାଇପଙ୍କ ଗାଁର ଦିନେଶ ମାଝୀଙ୍କ ପୁଅ ବିକ୍ରମ । ୪ ଜଣ ଯାକ ଭୁବନେଶ୍ୱର ମଧୁମୟୀ ଆଦର୍ଶ ଶିକ୍ଷା ନିକେତନ ଛାତ୍ରାବାସରେ ରହୁଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ବିଭିନ୍ନ ମାମଲାରେ ଆଜୀବନ ସଜା କାଟୁଥିବା ୪ ଜଣ ଆସାମୀଙ୍କ ପିଲା ଛୁଆଙ୍କୁ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମଧୁମୟୀ ଆଦର୍ଶ ଶିକ୍ଷା ନିକେତନ ନିବାସରେ ରଖି ପାଠ ପଢ଼ାଉଛନ୍ତି । ତେବେ ସେଠାରେ ଠିକରେ ଖାଦ୍ୟପେୟ ଦେଉନଥିବା ଯୋଗୁଁ ଶନିବାର ୪ ଜଣ ଛାତ୍ର ସେଠାରୁ ଚାଲି ଆସିଥିଲେ । ସେମାନେ ପ୍ରଥମେ ଛାତ୍ରାବାସରୁ ବାହାରି ଟ୍ରେନ ଯୋଗେ ସମ୍ବଲପୁରକୁ ଆସିଥିଲେ । ସୋମବାର ଭୋର ସାଢ଼େ ୪ ଟାରେ ଏକ ଘରୋଇ ବସରେ ଜମନକିରାକୁ ଆସିବା ପାଇଁ ଗାଡ଼ିରେ ବସିଥିଲେ । ବଡ଼ରମା ମନ୍ଦିର ନିକଟରେ ବସ କଣ୍ଡେକ୍ଟର ଛାତ୍ରଙ୍କୁ ଭଡ଼ା ମାଗିବାରୁ ଛାତ୍ରମାନେ ଟଙ୍କା ନଥିବା କହିଥିଲେ । ଏଥିରେ କଣ୍ଡେକ୍ଟର ତାଗିଦ କରିବା ବେଳେ ଜମନକିରା କଦଳୀମୁଣ୍ଡାର ଜନୈକ ଆଙ୍ଗନବାଡ଼ି କର୍ମୀ ପିଲାଙ୍କ ଭଡ଼ା ଦେବାସହ ନିଜ ଘରକୁ ନେଇ ଖାଦ୍ୟ ପେୟ ଦେଇ ପୁଲିସକୁ ଜଣାଇଥିଲେ । ପୁଲିସ ସେମାନଙ୍କୁ ଉଦ୍ଧାର କରି କୁଚିଣ୍ଡା ଚାଇଲ୍ପଲାଇନକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking