30.1 C
Bhubaneswar
Saturday, May 4, 2024
Homeବିଜୟ ଦିବସବିଜୟ ଦିବସରେ ବୀର ଯବାନଙ୍କୁ ମନେ ପକାଉଛନ୍ତି ଦେଶବାସୀ

ବିଜୟ ଦିବସରେ ବୀର ଯବାନଙ୍କୁ ମନେ ପକାଉଛନ୍ତି ଦେଶବାସୀ

ନୂଆଦିଲ୍ଳୀ : ୧୯୭୧ରେ ଭାରତ ପାକିସ୍ଥାନର ଯୁଦ୍ଧ ଓ ବାଲାଂଦେଶର ଜନ୍ମ । ଏହି ଦିବସର ସ୍ମୃତିରେ ପାଳନ ହୁଏ ବିଜୟ ଦିବସ । ଏହିଦିନ ସାରା ଦେଶ ସହିଦରେ ହୋଇଥିବା ସୈନିକ ଓ ବର୍ଡ଼ରରେ ସୁରକ୍ଷା ଦେଉଥିବା ସୈନ୍ୟଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ଯେଉଁ ମାନେ ଆମ ଦେଶର ସୁରକ୍ଷା ଅକ୍ଷୁର୍ଣ୍ଣତା ପାଇଁ ନିଜ ଜୀବନ ତ୍ୟାଗ କରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେୂ ଏହି ଦିନଟ ସମର୍ପିତ । ଏହି ଦିବସ ମନାଯିବାର କାରଣ କ’ଣ, କେଉଁ ସ୍ମୃତିରେ ଏହା ମନାଯାଏ ଓ ଏହାର ଇତିହାସ ଜାଣିବା ଉଚିତ । ତେବେ ଏହି ୧୬ ଡ଼ିସେମ୍ବର ଦିନ ୧୯୭୧ରେ ଭାରତର ପାକିସ୍ଥାନ ଉପରେ ଯୁଦ୍ଧରେ ଜିତିଥିବା କାରଣରୁ ମନାଯାଏ । ଏହି ୧୯୭୧ ଯୁଦ୍ଧରେ ଭାରତ ପାତିସ୍ଥାନକୁ ଉଚିତ ଜବାବ ଦେଇଥିଲ । ଯାହାର ପରିଣାମ ସ୍ୱରୁପ ପୁର୍ବି ପାକିସ୍ଥାନ ଆଜାଦ ହୋଇଥିଲ । ଯାହା ଏବେ ବାଲାଂଦେଶ ନାମରେ ଜଣାଯାଉଛି । ଏହା ସମଗ୍ର ଦେଶବାସୀଙ୍କ ପାଇଁ ଐତିହାସିକ ଓ ନୂତନ ଆଶା ସଞ୍ଚାର କରିଥିଲା । ଏହି ୧୯୭୧ ରେ ହୋଇଥିବା ସଂଗ୍ରାମ ସ୍ୱାଧିନତା ପାଇଁ ହୋଇଥିଲ । ତେଣୁ ଏହାକୁ ମୁକ୍ତି ସଂଗ୍ରାମ ବୋଲି ମଧ୍ୟ କୁହାଯାଏ । ୨୫ ମାର୍ଚ ରୁ ୧୬ ଡ଼ିସେମ୍ବର ଯାଏଁ ଏହି ଯୁଦ୍ଧ ଚାଲିଥିଲ । ଏହି ରକ୍ତ ରଞ୍ଜିତ ଯୁଦ୍ଧ ପରେ ବାଲାଂଦେଶ ପାକିସ୍ତାନ ଠାରୁ ସ୍ୱାଧିନତା ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking