ଉମରକୋଟ: ପିଲାମାନଙ୍କୁ ସ୍କୁଲକୁ ନେଇ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ସ୍କୁଲ ବସ୍ । ଗଛରେ ପିଟି ହେବା ଫଳରେ ଗାଡିରେ ଥିବା ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି । ତେବେ ଏହି ସ୍କୁଲ ବସଟି ପିଲାମାନଙ୍କୁ ଚନ୍ଦାହାଣ୍ଡି ଫାଟକି ଗାଁର ଆଦର୍ଶ ସ୍କୁଲକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ମୋହରା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ୧୫ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।