27.1 C
Bhubaneswar
Monday, May 26, 2025
Homeଦେଶ ବିଦେଶକୋଇଲା ଖଣି ସୀମାବିବାଦକୁ ନେଇ ହିଂସା; ୧୫ ମୃତ

କୋଇଲା ଖଣି ସୀମାବିବାଦକୁ ନେଇ ହିଂସା; ୧୫ ମୃତ

ନୂଆଦିଲ୍ଲୀ:ସୋମବାର ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ କୋଇଲା ଖଣିର ସୀମାକୁ ନେଇ ଦୁଇ ଜନଜାତିଙ୍କ ମଧ୍ୟରେ ସଂଘର୍ଷ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ। ଗୋଟିଏ କୋଇଲା ଖଣିରୁ କୋଇଲା ଉତ୍ତୋଳନର ଅଧିକାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଓ ରକ୍ତାକ୍ତ ସଂଘର୍ଷ ଘଟିଛି। କୋହହାଟ ଜିଲ୍ଲାର ପେଶୱାରଠାରୁ ପ୍ରାୟ ୩୫ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଡାରା ଆଦାମ ଖେକ ଅଞ୍ଚଳର ସନ୍ନିହେଲ ଏବଂ ଜରଗୁନ ଖେଲ ଜନଜାତିଙ୍କ ମଧ୍ୟରେ ସଂଘର୍ଷ ଘଟି ଏହି ଘଟଣା ଘଟିଛି ବୋଲି ପୁଲିସ କହିଛି। ଘଟଣାରେ ଗୁରୁତର ଆହତମାନଙ୍କୁ ପେଶୱାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ମଧ୍ୟ ଡାକ୍ତରଖାନାକୁ ଅଣାଯାଇଛି। ପୁଲିସ ଆହୁରି ମଧ୍ୟ କହିଛି ଯେ ଆହତଙ୍କ ପ୍ରକୃତ ସଂଖ୍ୟା ଜଣା ପଡିନାହିଁ, କିନ୍ତୁ ଗୁଳି ବିନିମୟରେ ଉଭୟ ଜନଜାତିର ବହୁଲୋକ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking