20.1 C
Bhubaneswar
Tuesday, November 19, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ ୧୫ ପରିବାର: ଗାଁକୁ କାମ ନାହିଁ ତ ଭୋଟ୍ ନାହିଁ

ମୌଳିକ ସୁବିଧାରୁ ବଞ୍ଚିତ ୧୫ ପରିବାର: ଗାଁକୁ କାମ ନାହିଁ ତ ଭୋଟ୍ ନାହିଁ

ବିରିଡ଼ି : ବିରିଡ଼ି ବ୍ଲକ୍ ବୁଢ଼ାପଡ଼ା ପଞ୍ଚାୟତ ୧୦ ନଂ. ଓାର୍ଡ ବୈଷ୍ଣବ ସାହିରେ ବସବାସ କରୁଥିବା ୧୫ ପରିବାର ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଫଳରେ ଚଳିତ ନିର୍ବାଚନରେ ସେମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେମାନେ ନିଜ ଗାଁରେ ଏକ ବୈଠକ କରିବା ସହ ଗାଁକୁ କାମ ନାହିଁ ତ ଭୋଟ ନାହିଁ ବୋଲି ରୋକ୍‌ଠୋକ୍ କହିଛନ୍ତି । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ନିର୍ବାଚନ ସମୟରେ ଜନପ୍ରତିନିଧି ଗାଁରେ ପହଞ୍ଚି ପ୍ରତିଶ୍ରୁତି ଦେଉଥିବାବେଳେ ଜିତିବା ପରେ ଲୋକଙ୍କୁ ଭୁଆଁ ବୁଲାଇଥାନ୍ତି । ଏପର୍ଯ୍ୟନ୍ତ ଗାଁରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯାଇନାହିଁ ।

ଗାଁକୁ ଭଲ ରାସ୍ତା ନଥିବାରୁ ବିପଦ ସମୟରେ ଆମ୍ବୁଲାନ୍ସ ଏମିତିକି ଅଟୋ ମଧ୍ୟ ଆସିପାରୁନାହିଁ । ଫଳରେ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।୧୯୯୯ ମସିହା ପରେ ଏପର୍ଯ୍ୟନ୍ତ କାହାକୁ ପକ୍କାଘର ଯୋଗାଇ ଦିଆଯାଇନାହିଁ । ଏବେବି ଅନେକ ଲୋକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ପଞ୍ଚାୟତର ସବୁଆଡ଼େ ଆଲୋକୀକରଣ କରାଯାଉଥିବାବେଳେ ଆମ ପାଇଁ ସାତସପନ ହୋଇଛି । ଏବେ ସୁଦ୍ଧା ଶୁଦ୍ଧ ପାନୀୟଜଳ ପାଇପାରିଲୁ ନାହିଁ ବୋଲି ଗ୍ରାମର ସୁଶାନ୍ତ ଦାସ, ଦିଲ୍ଲୀପ ଦାସ, ଗଣେଶ ଦାସ, ଅମୂଲ୍ୟ ଦାସ, ସକୁନ୍ତଳା ଦାସ, ପୂଜାରାଣୀ ଦାସ, ମମତା ଦାସ, ମିନତୀ ଦାସ, କମଳା ଦାସ, ଜ୍ୟୋସ୍ନା ଦାସ, ମାନସୀ ଦାସ, ଲକ୍ଷ୍ମିପ୍ରିୟା ଦାସ, ଲିଲି ଦାସ, ନଳିନୀ ପ୍ରଭା ଦାସ, ଦିପ୍ତିମୟୀ ଦାସ, ନିରଞ୍ଜନ ଦାସ, ବିଷ୍ଣୁଚରଣ ଦାସ, ଶ୍ରୀଧର ଦାସ, ଅଲ୍ଲୀ ଦାସ, ରବିନ୍ଦ୍ର ଦାସ, ନାରାୟଣ ଦାସ, ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଅଭିଯୋଗ ଆଣିବା ସହ ନିର୍ବାଚନ ପୂର୍ବରୁ ଗାଁର କାମ କରାନଗଲେ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking