32.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ ୧୪ ଛାତ୍ର, ୧୮ ଗୁରୁତର

ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ ୧୪ ଛାତ୍ର, ୧୮ ଗୁରୁତର

ଏରବିଲ୍‌ : ଇରାକର ଏରବିଲ୍‌ ସ୍ଥିତ ଏକ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଗତକାଲି ଏକବିଲ୍‌ସ୍ଥିତ ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ନିଆଁ ଲାଗି ଯାଇଥିଲା। ଉକ୍ତ ହଷ୍ଟେଲରେ ବହୁ ସଂଖ୍ୟାରେ ଛାତ୍ରଙ୍କ ସମେତ ବିଶ୍ୱବିଦ୍ୟାଳୟ କର୍ମଚାରୀ ବି ରହୁଥିବା ଜଣାଯାଇଛି। ବିଲ୍ଡିଂର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗି ଯାଇଥିବା ବେଳେ ତାହା ତୁରନ୍ତ ଚାରିଆଡ଼କୁ ବ୍ୟାପିବାକୁ ଲାଗିଲା।

ଫଳରେ ବିଲ୍ଡିଂରେ ଥିବା ଛାତ୍ରଙ୍କ ସମେତ ଅନ୍ୟମାନେ ରକ୍ଷା ପାଇବା ପାଇଁ ଆକୁଳ ଚିତ୍କାର କରିଥିଲେ। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯଥାସାଧ୍ୟ ମୁତାବକ ବହୁ ଛାତ୍ରଙ୍କୁ ସେମାନେ ସୁରକ୍ଷିତ ଉଦ୍ଧାର କରିବା ସହ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର ଛାତ୍ରଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିସହ ବିଲ୍ଡିଂକୁ ଛାନଭିନ ବେଳେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି। ସେମାନଙ୍କ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ସର୍ଟ ସର୍କିଟରୁ ଏପରି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking