28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅଦିନିଆ ବର୍ଷା ବିତ୍ପାତ, ବଜ୍ରାଘାତରେ ୧୪ ମୃତ

ଅଦିନିଆ ବର୍ଷା ବିତ୍ପାତ, ବଜ୍ରାଘାତରେ ୧୪ ମୃତ

ଗାନ୍ଧୀନଗର: ଶୀତଦିନ ଆରମ୍ଭରେ ପଶ୍ଚିମ-ଉପକୂଳ ରାଜ୍ୟ ଗୁଜରାଟରେ ହଠାତ ମୌସୁମୀ ସକ୍ରିୟ ହେବା ପରି ସ୍ଥିତି ଦେଖାଯାଇଛି । ଆଜି ଗୁଜୁରାଟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ । ସେଥିପାଇଁ ରାଜ୍ୟରେ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ଗୋଟିଏ ଦିନ ଅଦିନିଆ ବର୍ଷା ପ୍ରଭାବରେ ବଜ୍ରପାତ ହୋଇଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ଓ ବଜ୍ରପାତ କାରଣରୁ ବିଭିନ୍ନ ସ୍ଥାନରେ ୧୪ ଜଣଙ୍କର ମୃତ୍ୟୁଘଟିଛି । ଦାହୋଡ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ଆମରେଲି, ସୁରେନ୍ଦ୍ରନଗର, ମେହସାନା, ବୋତାଡ, ପଞ୍ଚମହଲ, ଖେଡା, ସାବରକାନ୍ତ, ଅହମ୍ମଦାବାଦ ଓ ସୁରଟରେ ଜଣେ ଲେଖାଏଁ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେହିପରି ଭରୁଚ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, ଏହି ସମସ୍ତ ମୃତ୍ୟୁ ଘଟଣା ବଜ୍ରପାତ ଯୋଗୁଁ ଘଟିଛି । ବର୍ଷା କାରଣରୁ ରାଜ୍ୟରେ ପ୍ରାୟ ୩୯ ପ୍ରାଣୀଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking