25.1 C
Bhubaneswar
Friday, November 22, 2024
Homeଖେଳଏସ୍‌ଏଲ୍‌ସି ଅନ୍ତରୀଣ କମିଟି ଉପରେ ୧୪ ଦିନର ରହିତା ଦେଶ

ଏସ୍‌ଏଲ୍‌ସି ଅନ୍ତରୀଣ କମିଟି ଉପରେ ୧୪ ଦିନର ରହିତା ଦେଶ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ (ଏସ୍‌ଏଲ୍‌ସି)ର ପ୍ରଶାସନିକ ଅବ୍ୟବସ୍ଥାରେ ମଙ୍ଗଳବାର ଆଉ ଏକ ମୋଡ଼ ନେଇଛି । କ୍ରୀଡା ମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ଅନ୍ତରୀଣ କମିଟି ଉପରେ ଦେଶର କୋର୍ଟ ଅଫ୍ ଅପିଲ୍ ୧୪ ଦିନ ପାଇଁ ସ୍ଥଗିତାଦେଶ ଜାରି କରିଛି । କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେଙ୍କ ପଦକ୍ଷେପ ବିରୋଧରେ ଏସ୍‌ଏଲସି ସଭାପତି ଶମ୍ମୀ ସିଲ୍‌ଭା ଅପିଲ କରିଥିଲେ । ସୋମବାର ମନ୍ତ୍ରିମଣ୍ଡଳରେ ଏହି ବିଷୟ ଉପରେ ଆଲୋଚନା ହୋଇଥିଲା ଏବଂ ମଙ୍ଗଳବାର ସଂସଦୀୟ ଅଧିବେଶନରେ ମଧ୍ୟ ଏହାକୁ ନେଇ ବିତର୍କ ହୋଇଥିଲା ।

ବ୍ୟାପକ ସୂଚନା ଅନୁସାରେ, ରାଷ୍ଟ୍ରପତି ବିକ୍ରମସିଙ୍ଘେ କେବଳ ଗଣମାଧ୍ୟମ ଜରିଆରେ ଏକ ଅନ୍ତରୀଣ କମିଟି ନିଯୁକ୍ତ କରିବାର ପଦକ୍ଷେପ ବିଷୟରେ ଜାଣିବାକୁ ପାଇଥିଲେ । ରଣସିଂହ ଯୁକ୍ତି ବାଢ଼ିଛନ୍ତି ଯେ ଏହି ନିଷ୍ପତ୍ତି କେବଳ କ୍ରୀଡ଼ା ମନ୍ତ୍ରୀଙ୍କ ଉପରେ ନ୍ୟସ୍ତ ଏବଂ ଏଥିରେ କ୍ୟାବିନେଟ୍ କିମ୍ବା ରାଷ୍ଟ୍ରପତିଙ୍କ ଅନୁମୋଦନର ଆବଶ୍ୟକତା ନାହିଁ । ତଥାପି, ଏହା ପରେ ଏହି ମାମଲାକୁ କ୍ୟାବିନେଟ୍ ବୈଠକରେ ଉପସ୍ଥାପନ କରାଙ୍କାଇଛି, ଯେଉଁଠାରେ ରଣସିଂହ ମଧ୍ୟ ଉପସ୍ଥିତ ଥିଲେ, ଏକ ଚାରି ଜଣିଆ ସବ୍ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା । ବୈଦେଶିକ ମନ୍ତ୍ରୀ ଅଲ୍ଲୀ ସାବ୍ରି ଏହାର ନେତୃତ୍ୱ ନେଇଛନ୍ତି ।

ସଂସଦରେ ବକ୍ତବ୍ୟ ରଖି ରଣସିଂହେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଅନ୍ତରୀଣ କମିଟିର ନିଯୁକ୍ତି ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତି ତାଙ୍କୁ କହିଥିଲେ । ସିଲଭାଙ୍କ ନେତୃତ୍ୱାଧୀନ ବୋର୍ଡ ଉପରେ ବାରମ୍ବାର ଆର୍ôଥକ ଅପବ୍ୟବହାର ଓ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିବା ରଣସିଂଘେ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ କମିଟିକୁ ଏସଏଲସିର ସଭାପତିତ୍ୱ କରିବାକୁ ଚାହୁଁଛନ୍ତି । ତେବେ ଆଇସିସିର ଏଭଳି ପଦକ୍ଷେପକୁ କିଭଳି ଗ୍ରହଣ କରାଯିବ ସେନେଇ ରାଷ୍ଟ୍ରପତିଙ୍କ ମନରେ ଉଦ୍ୱେଗ ପ୍ରକାଶ ପାଇଛି ।

ଶ୍ରୀଲଙ୍କାର କ୍ରୀଡ଼ା ଆଇନ ଅନୁଯାୟୀ, କୌଣସି ଖେଳର ପରିଚାଳନା ପରିଷଦକୁ ଭାଙ୍ଗିବାର କ୍ଷମତା ସରକାରଙ୍କ ପାଖରେ ରହିଛି । ଏହା ଏକ କ୍ଷମତା ଯାହା ଗତ ୨୦ ବର୍ଷ ମଧ୍ୟରେ ଏସଏଲସି ଉପରେ ଅନେକ ଥର ବ୍ୟବହାର କରାଯାଇଛି । କିନ୍ତୁ ୨୦୧୪ ରୁ ୨୦୧୫ ମଧ୍ୟରେ ପ୍ରାୟ ଏକ ବର୍ଷ ପାଇଁ ସଭାପତିତ୍ୱ କରିଥିବା ମଧ୍ୟବର୍ତ୍ତୀକାଳୀନ କମିଟି ସମୟରେ ଆଇସିସି ଏସଏଲସିକୁ ଦେୟ ପ୍ରଦାନ କରିବାକୁ ମନା କରିଦେଇଥିଲା । ନୂତନ ବୋର୍ଡ ନିର୍ବାଚିତ ନହେବା ପର୍ଯ୍ୟନ୍ତ ସେହି ପାଣ୍ଠିକୁ ରଖିଥିଲା । ଏପରିକି ଆଇସିସି ବୋର୍ଡ ବୈଠକରେ ଏସଏଲ୍‌ସିକୁ ପର୍ଯ୍ୟବେକ୍ଷକ ମାନ୍ୟତାରୁ ହଟାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking