27.1 C
Bhubaneswar
Friday, June 28, 2024
Homeଅପରାଧବିଧବାଙ୍କୁ ହୋଟେଲରେ କାମ ଦେବା ଆଳରେ ୧୪ଦିନ ଗଣଦୁଷ୍କର୍ମ !

ବିଧବାଙ୍କୁ ହୋଟେଲରେ କାମ ଦେବା ଆଳରେ ୧୪ଦିନ ଗଣଦୁଷ୍କର୍ମ !

ଜୟପୁର: ଜଣେ ଅସହାୟ ବିଧବା ମହିଳାଙ୍କୁ ହୋଟେଲରେ ଚାକିରି ଦେବା ପ୍ରଲୋଭନରେ ଆଣି ନିଶାଦ୍ରବ୍ୟ ଦେଇ ଦୀର୍ଘ ୧୪ ଦିନ ରଖି ଗଣଦୁଷ୍କର୍ମ । ଜଣେ କି ଦୁଇଜଣ ନୁହନ୍ତି ବରଂ ପ୍ରାୟ ୧୦ରୁ ଅଧିକ ଅଭିଯୁକ୍ତ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ରାଜସ୍ଥାନ ଭରତପୁର ଅଞ୍ଚଳରୁ ଆସିଛି । କୌଣସି ପ୍ରକାର ପୀଡିତାଜଣକ ଉକ୍ତ ହୋଟେଲରୁ ଖସି ପଳାଇବା ପରେ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗୁଲପଦର ଅଞ୍ଚଳର ଏହି ପୀଡିତାଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ଦୁଇ ପିଲାଙ୍କ ସହ ତାଙ୍କ ବାପ ଘରେ ରହୁଥିଲେ । କିନ୍ତୁ ପାରିବାରିକ ସମସ୍ୟା କାରଣରୁ ସେ କାମ ପାଇଁ କିଛି ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କୁ କୋସି ରୋଡରେ ଥିବା ଏକ ହୋଟେଲରେ ଚାକିରି ଓ ରହିବା ପାଇଁ ଘର ଦେବା ବାହାନାରେ ଜଣେ ଦଲାଲଙ୍କ ସାହାଯ୍ୟରେ ଅଣାଯାଇଥିଲା । ସେ ଯୋଗାଯୋଗ କରିଥିବା ଜଣେ ବ୍ୟକ୍ତି କିଛି ଲୋକଙ୍କୁ ପଠାଇ ମହିଳାଙ୍କୁ ଅଟୋ ଯୋଗେ ଏହି ହୋଟେଲକୁ ଆଣିଥିଲେ ।

ହେଲେ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଙ୍କ ଦେଖା ମିଳିନଥିଲା । ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିଲା । ୧୪ ଦିନ ହୋଟେଲର ବିଭିନ୍ନ ରୁମରେ ରଖି ପ୍ରାୟ ୧୦ ରୁ ୧୨ ଜଣ ଅଭିଯୁକ୍ତ କ୍ରମାଗତ ଦୁଷ୍କର୍ମ କରିଥିଲେ । ତାଙ୍କ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ ଅଭିଯୁକ୍ତ । କାହାକୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ହେଲେ କୌଣସି ପ୍ରକାର ସେ ପ୍ରାୟ ୧୪ଦିନ ପରେ ହୋଟେଲରୁ ଖସି ଆସିବାରେ ସଫଳ ହୋଇଥିଲେ । ଏପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିବା ମାତ୍ରେ କମାଣ୍ଡ ପୋଲିସ ଷ୍ଟେସନ ଅଧିକାରୀ ଦେରୱାର ସିଂ ପୀଡିତାଙ୍କ ଅଭିଯୋଗ କ୍ରମେ ମାମଲା ପଞ୍ଜୀକରଣ କରିଛନ୍ତି । ଡିଏସପି ଦେଶଜ କୁଲଦ୍ୱୀପ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତ ଅଭିଯୁକ୍ତ ଏବେ ଫେରାର ରହିଛନ୍ତି । ସମସ୍ତଙ୍କୁ ପୀଡିତାଙ୍କ ବୟାନ ଆଧାରରେ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ କରାଯାଉଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking