33.1 C
Bhubaneswar
Wednesday, August 13, 2025
Homeଓଡିଶାବାଘଙ୍କ ସୁରକ୍ଷା ଲାଗି ଶିମିଳିପାଳରେ ମୂତୟନ ହେବ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ

ବାଘଙ୍କ ସୁରକ୍ଷା ଲାଗି ଶିମିଳିପାଳରେ ମୂତୟନ ହେବ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ

ମୟୁରଭଞ୍ଜ:  ବାଘଙ୍କ ସୁରକ୍ଷା ଲାଗି ଶିମିଳିପାଳରେ ମୂତୟନ ହେବ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ । ସବୁଜ ରଙ୍ଗରେ ଏସବୁ ଗାଡିକୁ ସ୍ବତନ୍ତ୍ର ଭାବରେ ଶମିଳିପାଳ ପାଇଁ ଡିଜାଇନ୍ କରାଯାଇଛି । ଏବଂ ଏଗୁଡିକର ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ଖଞ୍ଜାଯାଇଛି । ଯାହାଦ୍ୱାରା ରାତିରେ ସବୁ ଦିଗକୁ ଦେଖିହେବ। ଯେ କୌଣସି ଋତୁରେ , ପହାଡିଆ ରାସ୍ତାରେ ଏହି ଯାନ ଚାଲିବ  ।ଏମିତିକି ଏସବୁ ଯାନରେ ଥିବା ବିଞ୍ଚ ଦ୍ବାରା ବର୍ଷା ଋତୁରେ ରେସକ୍ୟୁ ଅପରେସନରେ ବେଶ ସହାୟକ ହେବ। ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ମନ୍ତ୍ରୀ ଏସବୁ ଗାଡ଼ିର ଶୁଭାରମ୍ଭ କରିବେ। ଆସନ୍ତାକାଲି ଠାରୁ ଶିମିଳିପାଳରେ ଏହି ସବୁ ଗାଡ଼ି ମୁତୟନ ହେବ। ଏହାଦ୍ୱାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ ଦିଆଯାଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking