ବାରିଆପାଳ : ଚୋମୁଖ ଠାରେ ଲଙ୍ଗଳେଶ୍ୱର ବନବିଭାଗ ଦ୍ଵାରା ସମୁଦ୍ରରେ ଛଡାଗଲା ୧୩୯ଟି ଅଲିଭ ରିଡ଼ଲେ କଇଁଛ ଛୁଆ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୋମୁଖ ସମୁଦ୍ର ବେଳାଭୂମି ଅଲିଭ ରିଡଲେ କଇଁଛର ଅଣ୍ଡା ଦେବାପାଇଁ ଉପଯୁକ୍ତ ଜାଗା ହୋଇଥିବାରୁ ଏବର୍ଷ
୧୪୫ଟି ଅଣ୍ଡା ଦେଇଥିଲେ । ତେବେ ସେଗୁଡିକୁ ଲଙ୍ଗଳେଶ୍ୱର ବନବିଭାଗ ଚୋମୁଖ ଠାରେ ଥିବା ଅସ୍ଥାୟୀ ହେଚେରୀରେ ୫୨ଦିନ ରଖାଯାଇଥିଲା ! ସେଥିରୁ ୧୩୯ ଛୁଆ ସୃଷ୍ଟି ହୋଇଛି । ଚାନ୍ଦିପୁର ରେଞ୍ଜର ଘନ ପ୍ରସାଦ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଲଙ୍ଗଳେଶ୍ୱର ବନବିଭାଗ ହୃଷିକେଶ ପ୍ରଧାନ ଉପସ୍ଥିତିରେ ଚୌମୁଖ ସମୁଦ୍ରରେ ଛଡା ଜାଇଥିଲା।