40.1 C
Bhubaneswar
Sunday, June 16, 2024
Homeଓଡିଶାତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ହେବେ ମୁତୟନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ହେବେ ମୁତୟନ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କରିଛନ୍ତି ପ୍ରେସମିଟ। ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ। ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ, ୪୨ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି। ବୁଥ ଗୁଡିକ ସଂଧ୍ୟା ଯାଏଁ ଖୋଲା ରହିବ । ସମସ୍ତ ଭୋଟର ମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯିବ। ଏଥିସହ ଶାନ୍ତିଶୃଙ୍ଖଳାରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଭୋଟର ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ହେବା ପାଇଁ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ରହିବେ। ବିଶେଷକରି ସହରୀ ଭୋଟର ଅଧିକ ସଂଖ୍ୟାରେ ଭୋଟିଂ ପାଇଁ ଅପିଲ୍‌ କରିଛନ୍ତି ସିଇଓ। ସିନିୟର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୁବକ ଭୋଟରଙ୍କ ସଂଖ୍ୟା ୩୦ ପ୍ରତିଶତ ରହିଛି । ଘରୋଇ ଭୋଟର ସୁବିଧା ମଧ୍ୟ କରାଯାଇଛି । ପୋଲିସ, କର୍ମଚାରୀ ମାନଙ୍କ ପୋଷ୍ଟାଲ ବାଲାଟର ସୁବିଧା କରାଯାଇଛି । ପ୍ରଥମ ଦୁଇଟି ନିର୍ବାଚନରେ ଭୋଟର ମାନେ ବହୁତ ସଂଖ୍ୟାରେ ଭୋଟ ଦେଇଛନ୍ତି । ପ୍ରତ୍ୟକ ଭୋଟର ମାନଙ୍କୁ ସୁବିଧା ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ମତଦାନରେ ଗାଁ ସହର ସବୁ ଭୋଟର ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ସିଇଓ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking