27.1 C
Bhubaneswar
Sunday, August 24, 2025
Homeଦେଶ ବିଦେଶଫ୍ରେଞ୍ଚ୍ ଓପନ୍ ପୁରସ୍କାର ରାଶିରେ ୧୨ ପ୍ରତିଶତ ବୃଦ୍ଧି

ଫ୍ରେଞ୍ଚ୍ ଓପନ୍ ପୁରସ୍କାର ରାଶିରେ ୧୨ ପ୍ରତିଶତ ବୃଦ୍ଧି

ପ୍ୟାରିସ୍ : ଆସନ୍ତା ୨୮ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ପ୍ୟାରିସ୍‌ର ରୋଲାଣ୍ଡ୍ ଗ୍ୟାରୋସ୍‌ଠାରେ ଖେଳାଯିବାକୁ ଥିବା ସିଜନ୍‌ର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫ୍ରେଞ୍ଚ୍ ଓପନ୍‌ର ପୁରସ୍କାର ରାଶିରେ ବୃଦ୍ଧି କରାଯାଇଛି । ଶୁକ୍ରବାର ଏନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୂଚନାନୁସାରେ, ଚଳିତ ସଂସ୍କରଣ ପାଇଁ ଧାର୍ଯ୍ୟ ପୁରସ୍କାର ରାଶି ପୂର୍ବ ବର୍ଷ ତୁଳନାରେ ୧୨.୩ ପ୍ରତିଶତ ଅଧିକ । ଏଥିସହ ଚଳିତ ବର୍ଷ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଖେଳାଳିମାନଙ୍କୁ ମୋଟ ୫୪.୬ ନିୟୁତ ଡଲାର୍‌ର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ଏଥି ମଧ୍ୟରୁ ସିଙ୍ଗଲ୍ସ ବିଭାଗରେ ଭାଗ ନେବାକୁ ଥିବା ଖେଳାଳିମାନଙ୍କୁ ପୂର୍ବ ବର୍ଷ ତୁଳନାରେ ୯.୧ ପ୍ରତିଶତ ଅଧିକ ପୁରସ୍କାର ମିଳିବ । ପ୍ରଥମ ତିନି ରାଉଣ୍ଡ୍‌ରେ ପରାଜୟ ବରଣ କରି ବିଦାୟ ନେଇଥିବା ଖେଳାଳିଙ୍କୁ ୧୧ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ପୁରସ୍କାର ରାଶି ମିଳିବ । ଏହା ପୂର୍ବରୁ କ୍ୱାଲିଫାଇଙ୍ଗ୍ ପର୍ଯ୍ୟାୟର ୩ ରାଉଣ୍ଡ୍‌ରେ ଭାଗ ନେବାକୁ ଥିବା ଖେଳାଳିଙ୍କ ପୁରସ୍କାର ରାଶିକୁ ମଧ୍ୟ ୧୧.୮ ପ୍ରତିଶତ ବଢ଼ାଇ ଦିଆଯାଇଛି ।

ପୁରୁଷ ଓ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍ ୨.୩ ନିୟୁତ ୟୁରୋ ଲେଖାଏଁ ପୁରସ୍କାର ଆକାରରେ ପାଇବେ । ଆହୁରି ପୁରୁଷ ଓ ମହିଳା ଡବଲ୍ସ ଇଭେଣ୍ଟ୍ ପାଇଁ ପୁରସ୍କାର ରାଶିରେ ୪ ପ୍ରତିଶତ ବୃଦ୍ଧି କରାଯାଇଥିବା ଉକ୍ତ ବିବୃତିରେ କୁହାଯାଇଛି । ସେହିପରି ହ୍ୱିଲ୍‌ଚେୟାର୍ ଓ କ୍ୱାଡ୍ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଖେଳାଳିଙ୍କ ସକାଶେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୪୦ ପ୍ରତିଶତ ଅଧିକ ଅର୍ଥରାଶି ବରାଦ କରାଯାଇଛି, ଯାହାକି ୮ ଲକ୍ଷ ୧୦ ହଜାର ୟୁରୋରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking