30.1 C
Bhubaneswar
Saturday, May 31, 2025
Homeଓଡିଶାଓଡ଼ିଶାରେ ୧୨ ପାକିସ୍ତାନୀ

ଓଡ଼ିଶାରେ ୧୨ ପାକିସ୍ତାନୀ

ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଷ୍ଟ୍ରାଇକ ଚାଲିଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏହାରି ଭିତରେ ଭାରତ ସରକାର ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିଦେ୍ର୍ଧଶ ଦେଇସାରିଥିବାବେଳେ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଥିବା ଜଣାପଡ଼ିଛି । ସେମାନେ ଦୀର୍ଘକାଳୀନ ଭିସାରେ ସେମାନେ ଅଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ ସରକାର । ଆତଙ୍କୀଙ୍କୁ ନିପାତ ପାଇଁ ଚାଲିଛି ଗୋଟେ ପରେ ଗୋଟେ ଯୋଜନା । ପାକିସ୍ତାନକୁ ପାନେ ଦେବାକୁ ପ୍ରହାର ପରେ ପ୍ରହାର ଭାରତ ଦେଉଥିବା ବେଳେ ଏବେ ଆଉ ଏକ ଆକ୍ସନ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦେଶରେ କେମିତି ପାକିସ୍ତାନୀ ନରହିବେ ସେନେଇ ପ୍ଲାନିଂ କରିଛନ୍ତି ଶାହ ।ଆଉ ଇତିମଧ୍ୟରେ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଶାହ ଏବଂ ପାକିସ୍ତାନୀଙ୍କୁ ରାଜ୍ୟରୁ ତଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଶାହ ସବୁ ପାକିସ୍ତାନ ନାଗରିକଙ୍କ ତୁରନ୍ତ ଭିସା ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀଙ୍କୁ ଖୋଜି ଖୋଜି ବାହାର କରିବାକୁ କହିଛନ୍ତି । ପାକିସ୍ତାନ ନାଗରିକଙ୍କ ଚିହ୍ନଟ ପରେ ସେମାନଙ୍କୁ ତୁରନ୍ତ ତଡିବାକୁ କହିଛନ୍ତି ଶାହ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking