କଟକ : ରାଜ୍ୟ ପୁଲିସର ବିଭିନ୍ନ ଜିଲ୍ଲା ଓ ଅନୁଷ୍ଠାନରେ କାମ କରୁଥିବା ୧୨ଜଣ ଇନ୍ସପେକ୍ଟର, ୭ ଜଣ ଏସ୍ଆଇ ଓ ୩ ଜଣ ଏଏସ୍ଆଇଙ୍କର ବଦଳି ହୋଇଛି । ଏ ନେଇ ଶୁକ୍ରବାର ରାଜ୍ୟ ପୁଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇନ୍ସପେକ୍ଟର ବନାନି ବେହେରାଙ୍କର କ୍ରାଇମବ୍ରାଞ୍ଚରୁ ଭଦ୍ରକ ଜିଲ୍ଲା ପୁଲିସ, ଚମ୍ପାବତୀ ପଟ୍ଟାଙ୍କର କ୍ରାଇମବ୍ରାଞ୍ଚରୁ କେନ୍ଦ୍ରାପଡ଼ା, ଦୁର୍ଗାମାଧବ ବାଗ୍ଙ୍କର କ୍ରାଇମବ୍ରାଞ୍ଚରୁ ନୂଆପଡ଼ା ଜିଲ୍ଲା, ଲୀଳାବତୀ ମହନ୍ତଙ୍କର କ୍ରାଇମବ୍ରାଞ୍ଚରୁ ଭଦ୍ରକ ଜିଲ୍ଲା ପୁଲିସକୁ ବଦଳି ହୋଇଛି ।
ସେହିପରି ଭିଜିଲାନ୍ସରେ କାମ କରୁଥିବା ସଂଯୁକ୍ତା ମହାଳିକଙ୍କର ମୟୂରଭଞ୍ଜ ଜିଲ୍ଲାକୁ, ରାଜୀବ କୁମାର ବେହେରାଙ୍କର ଭିଜିଲାନ୍ସରୁ ଜଗତସିଂହପୁର ଜିଲ୍ଲାକୁ, କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ କାର୍ଯ୍ୟରତ ବିଶ୍ୱବନ୍ଦିନୀ ବାଗ୍ଙ୍କର ରାୟଗଡ଼ାକୁ, ମୟୂରଭଞ୍ଜରେ କାର୍ଯ୍ୟରତ ପଦ୍ମାଳୟା ପ୍ରଧାନଙ୍କର ଜଗତସିଂହପୁରକୁ, ରାୟଗଡ଼ାରେ ଥିବା ଅଜିତ କୁମାର ସ୍ୱାଇଁଙ୍କର ଯାଜପୁରକୁ, ନୂଆପଡ଼ାରେ କାମ କରୁଥିବା ଜ୍ୟୋତିରଂଜନ ଗଉଡ଼ଙ୍କର ଜଗତସିଂହପୁର ଜିଲ୍ଲାକୁ ଓ ନୂଆପଡ଼ା ଜିଲ୍ଲା ପୁଲିସରେ କାର୍ଯ୍ୟରତ ଯୁଗେଶ୍ୱର ଦାନସେନାଙ୍କ ଝାରସୁଗୁଡ଼ାକୁ ବଦଳି ହୋଇଛି ।
ଏସ୍ଆଇ ରବୀନ୍ଦ୍ର କୁମାର ହେମ୍ବ୍ରମଙ୍କର କନ୍ଧମାଳକୁ, ପ୍ରଶାନ୍ତ କୁମାର ସ୍ୱାଇଁଙ୍କର ରାୟଗଡ଼ାକୁ, ପ୍ରଫୁଲ୍ଲ କୁମାର ସାହୁଙ୍କର କଟକ ଜିଆର୍ପିକୁ, କବିମନ୍ୟୁ ସେଠୀଙ୍କର ବୌଦ୍ଧକୁ, ପୌଲସ୍ତି ଖଡ଼ିରନ୍ତଙ୍କର ଢେଙ୍କାନାଳକୁ, ସୁରଥ ଚନ୍ଦ୍ର ସାହୁଙ୍କର କେନ୍ଦ୍ରାପଡ଼ାକୁ ଓ ଜିତେନ୍ଦ୍ର ନାୟକଙ୍କର ଭଦ୍ରକକୁ ବଦଳି ହୋଇଛି । ଏଥିସହିତ ଏଏସ୍ଆଇ ସରୋଜ କୁମାର କର, ସତ୍ୟବାନ ଦାଶ ଓ ପ୍ରଳୟ କୁମାର ଉତ୍ତରାୟଙ୍କର କଟକ ଜିଆର୍ପିକୁ ବଦଳି କରାଯାଇଛି ।