35.1 C
Bhubaneswar
Sunday, May 19, 2024
Homeଓଡିଶା ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

 ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ମୟୁରଭଞ୍ଜ : ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ। ବିଜେପିର ଆହ୍ୱାନରେ ବନ୍ଦ ପାଳନ ସକାଳ ୬ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ରେ ଶେଷ ହେବ। ୧୬ ଦଫା ଦାବି ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ପାଳିତ ହେଉଛି । ବନ୍ଦର ପ୍ରଭାବରେ ଜିଲ୍ଲାରେ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଛି। ତେବେ ଗତ ୨୨ ତାରିଖ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ ସମୟରେ ବିଜେପି କର୍ମୀଙ୍କ ପକ୍ଷରୁ କଳାପତକା ପ୍ରଦର୍ଶନ ଉଦ୍ୟମକୁ ପଣ୍ଡ କରିବା ପାଇଁ ବିଜେଡି କର୍ମୀଙ୍କ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯାହାକୁନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି।

ଏଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରିବା ସହିତ ବିରୋଧ କରିଛି। ତେବେ ଏ ପ୍ରସଙ୍ଗ ସହ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ପୁରାତନ ଆୟୁର୍ବେଦ କଲେଜକୁ ସରକାରୀ କରିବା , ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନସେବା ଆଦି ୧୬ ଦଫା ଦାବି ନେଇ ବନ୍ଦ ଡାକରାଦଇ ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି। ବନ୍ଦକୁନେଇ ସାଧାରଣ ଲୋକଙ୍କୁ ସୂଚିତ କରିବା ପାଇଁ ଡ଼ାକବାଜି ଯନ୍ତ୍ରରେ ଗାଁ ଠୁ ସହର ବିଜେପି ପକ୍ଷରୁ ପ୍ରଚାର କରାଯାଇଛି। ସେହିପରି ବନ୍ଦକୁ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସମର୍ଥନ ଜଣାଇ ନିଜ ନିଜର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ବନ୍ଦର ପ୍ରଭାବରେ ଏନଏଚ ୧୮ ଓ ୪୯ ନଂ ପାର୍ଶ୍ଵରେ ମାଲବାହୀ ଟ୍ରକ ଅଟକି ରହିଥିବା ଦେଖିବାକୁ ମିଳିଛି। ବନ୍ଦର ପ୍ରଭାବ ବାରିପଦା, ଉଦଳା, ରାଇରଙ୍ଗପୁର ଏବଂ କରଞ୍ଜିଆ ଉପଖଣ୍ଡରେ ଦେଖିବାକୁ ମିଳିଥିବା ବେଳେ ମୋରଡା , ରାସଗୋବିନ୍ଦପୁର ଓ ଶୁଳିଆପଦା ଆଦି ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ଗାଡି ମଟର ଚଳାଚଳ ବନ୍ଦ ଥିବା ସହ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking