28.1 C
Bhubaneswar
Thursday, September 19, 2024
Homeଅପରାଧ୧୨ କୋଟି ଠକେଇର ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଲା ଇଓଡବୁ୍ଲ୍ୟ

୧୨ କୋଟି ଠକେଇର ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଲା ଇଓଡବୁ୍ଲ୍ୟ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ମେଗା ମାର୍ଟ ଫ୍ରାଞ୍ଚାଇଜ୍ ଦେବା ଆଳରେ ୧୨ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବୁ୍ଲ୍ୟ) ଅର୍ମଦା ପ୍ରାଇଭେଟ୍ ଲିଃର ମୁଖ୍ୟ ନିର୍ଦ୍ଦେଶକ ପର୍ଶୁରାମ ରାଜନେତଭାଇ ପାଲଙ୍କୁ ଆଗ୍ରା ଜେଲରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି କଟକ ଓପିଆଇଡି କୋର୍ଟରେ ହାଜର କରିଛି । ଅଭିଯୁକ୍ତଙ୍କ ଘର ଗୁଜୁରାଟର ଅହମ୍ମଦବାଦ ଅଞ୍ଚଳର ହୋଇଥିବା ବେଳେ ସେ ଏକ ମାମଲାରେ ଗିରଫ ହୋଇ ଆଗ୍ରା ଜେଲରେ ଥିଲେ । ଅପରପକ୍ଷେ ଏହି ମାମଲାରେ ପୂର୍ବରୁ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରରେ ରହୁଥିବା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳର ପ୍ରୋମଟର ପଙ୍କଜ କୁମାର ପଣ୍ଡାଙ୍କୁ ଗିରଫ କରିଥିଲା । ଋତୁରାଜ ମହାନ୍ତିଙ୍କ ଏତଲା ଆଧାରରେ ଇଓଡବ୍ଲ୍ୟୁ ଅଗଷ୍ଟ ୨୧ରେ କେସ୍ ନଂ.୨୩/୨୦୨୩ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତମାନେ ବିଭିନ୍ନ ସହରରେ ମେଗା ମାର୍ଟ କରାଇବା ଆଳରେ ଋୁତୁରାଜ ଓ ତାଙ୍କ ସମ୍ପର୍କୀୟଙ୍କୁ ୧.୨୬ କୋଟି ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଅର୍ମଦା ପ୍ରାଇଭେଟ୍ ଲିଃ କମ୍ପାନୀ ବ୍ୟତୀତ ଅର୍ମଦା ମାର୍ଟ ପ୍ରାଇଭେଟ ଲିଃ, ଅର୍ମଦା ପେ ପ୍ରାଇଭେଟ୍ ଲିଃ, ଆଦି ସହକମ୍ପାନୀ ମଧ୍ୟ ରହିଥିବା ନିବେଶକଙ୍କୁ କୁହାଯାଇ ବଡ଼ ସ୍ୱପ୍ନ ଦେଖାଇଥିଲେ । ଏଥିପାଇଁ ୨୦ ଲକ୍ଷରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାକୁ ୫ ଟି ସ୍କିମ୍ ରହିଥିଲା । ଏହି ମାର୍ଟ କରିବା ପାଇଁ ନିବେଶ କଲେ ୪ ପ୍ରତିଶତ ସୁଧ ଫେରସ୍ତ ଓ ବ୍ୟବସାୟ ପରେ ବିଲିଂ ପାଇଁ ୩ ପ୍ରତିଶତ ସୁଧ ମିଳିବ ବୋଲି କୁହାଯାଇଥିଲା । ଏପରିକି ନିବେଶ କଲେ ୮ ପ୍ରତିଶତ ସୁଧ ଦେବାର ନିଶ୍ଚିତତାର ଲୋଭ ଦେଖାଇ ଅଭିଯୁକ୍ତମାନେ କଟକ, ନୟାଗଡ଼, ଜଗତସିଂହପୁର ଆଦି ୮ଟି ଜିଲାର ବିଭିନ୍ନ ସ୍ଥାନରେ ଏହି ମାର୍ଟ ଫ୍ରାଞ୍ଚାଇଜ୍ ଦେବାକୁ କହି ବିଭିନ୍ନ ଲୋକଙ୍କଠାରୁ ୧୨ କୋଟି ଟଙ୍କା ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking