ଭୁବନେଶ୍ୱର: ଗ୍ୱାଲିୟରରେ ପହଁଚିଲେ ୧୨ ଆଫ୍ରିକୀୟ ଚିତା । ବାୟୁସେନାର ସି-୧୭ ଗ୍ଲୋଦ ମାଷ୍ଟର ବିମାନରେ ଆସି ପହଞ୍ଚିସାରିଛନ୍ତି ୧୨ ଚିତା । ଗତ ବର୍ଷ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ ଜଣ ଚିତା ଆସିଥିଲେ ।ହେଲିକପ୍ଟର ଅବତରଣ ପାଇଁ ୫ଟି ହେଲିପ୍ୟାଡ୍ ତିଆରି କରାଯାଇଥିଲା । କୁନୋ ପାର୍କରେ ମାସେ ଯାଏ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ। ଚିତାଙ୍କ ସହ ଅଛନ୍ତି ଡାକ୍ତର ଓ ଚିତା ଏକ୍ସପର୍ଟ ଡ଼କ୍ଟର। ଏମଓୟୁ ମୁତାବକ, ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତିବର୍ଷ ୧୦ରୁ ୧୨ଟି ଚିତା ଅଣାଯିବେ । ଆସନ୍ତା ୧୦ ବର୍ଷ ଯାଏଁ ଚୁକ୍ତି ହୋଇଛି । ଗ୍ୱାଲିୟର ଆସୁଥିବା ଏହି ଚିତାକୁ ସ୍ୱାଗତ କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । ଚିତାର ଆଗମନ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଭୂପେନ୍ଦ୍ର ସିଂ ଉପସ୍ଥିତ ରହିବେ ।ରକ୍ଷାମନ୍ତ୍ରାଳୟ ଓ ଏୟାରଫୋର୍ସ ଏହି ସେବା ପ୍ରଦାନ କରିବା ପାଇଁ ପରିବେଶ ମନ୍ତ୍ରାଳୟ ଠାରୁ କୌଣସି ଶୁଳ୍କ ନେଇ ନାହାନ୍ତି ।