30.1 C
Bhubaneswar
Friday, May 30, 2025
Homeଓଡିଶାଓଡ଼ିଶା ଗସ୍ତରେ ମଧ୍ୟପ୍ରଦେଶର ୧୧ ଜଣିଆ ପ୍ରତିନିଧି ଦଳ

ଓଡ଼ିଶା ଗସ୍ତରେ ମଧ୍ୟପ୍ରଦେଶର ୧୧ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ବର:  ମଧ୍ୟପ୍ରଦେଶ ସରକାରଙ୍କ ୭ ଆଇଏଏସ୍ ଅଧିକାରୀଙ୍କ ସହ ମୋଟ ୧୧ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧିଦଳ ୩ ଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି I ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିନିଧି ଦଳଙ୍କୁ ଓଡ଼ିଶା ଅର୍ବାନ ଏକାଡେମୀ (ଓୟୁଏ) ୫ଟି ପଦକ୍ଷେପ ଅନ୍ତର୍ଗତ ପରିମଳ ବ୍ୟବସ୍ଥାରେ ଫେକାଲ୍ ସ୍ଲେଜ୍ ଏବଂ ସେପ୍ଟେଜ୍ ମ୍ୟାନେଜମେଣ୍ଟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସହରୀ ଗ୍ରାମୀଣ କନଭର୍ଜେନ୍ସ ପାଇଁ ଓଡିଶା ମଡେଲ ବିଷୟରେ ଅବଗତ କରାଯାଇଥିଲା I ୨୫ ତାରିଖ ଦିନ ପ୍ରଥମେ ଓୟୁଏ କର୍ତ୍ତୃପକ୍ଷ ପ୍ରତିନିଧି ଦଳଙ୍କୁ ଓଡ଼ିଶା ଆପଣାଇଥିବା ପରିମଳ ବ୍ୟବସ୍ଥାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା I
ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନନ୍ ସେମାନଙ୍କୁ ଓଡିଶାର ସହରୀ ପରିବର୍ତ୍ତନ ଉପରେ ଆଲୋକପାତ କରାଇଥିଲେ ଓ ଏହାସହ ବିଭିନ୍ନ ସହରୀ ପରିମଳ ଏବଂ ଜଳ ଉତ୍ସର ବିକାଶ ଓ ସଂରକ୍ଷଣ ପ୍ରତି ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇ ଥିଲେ I ପରିମଳ କ୍ଷେତ୍ରରେ ସୁଧାର ଆଣିବା ଲାଗି ରାଜ୍ୟ ସରକାରଙ୍କ ଦ୍ବାରା ମିଶନ ମୋଡରେ ନିଆଯାଉଥ୍ଖବା ବିଭିନ୍ନ କାର୍ଯକ୍ରମ ଏବଂ ସେଥିରୁ ରାଜ୍ୟ କିପରି ଲାଭବାନ ହୋଇପାରୁଛି ତାହା ଦର୍ଶାଇଥିଲେ I
ଓଡିଶା ଏହାର ଅଗ୍ରଗାମୀ ଫେକାଲ୍ ସ୍ଲେଜ୍ ଆଣ୍ଡ୍ ସେପ୍ଟେଜ୍ ମ୍ୟାନେଜମେଣ୍ଟ (ଏଫଏସଏସମ) ପାଇଁ ସର୍ବଭାରତୀୟ ସ୍ତରରେ ଜଣାଶୁଣା ଓ ରାଜ୍ୟର ସମସ୍ତ ୧୧୫ ପୌରସଂସ୍ଥା ମଧ୍ୟରେ ୧୧୮ଟି ଫେକାଲ୍ ସ୍ଲେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏଫଏସଟିପିଏସ)/ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ନିର୍ମାଣ କରାଯାଇଛି୤ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପରିମଳର ସମ୍ମିଶ୍ରଣକୁ ନେଇ ରାଜ୍ୟବ୍ୟାପୀ କାର୍ଯ୍ୟ କରାଯାଉଛି I ଜଳ, ପରିମଳ ଏବଂ ଅନ୍ତର୍ଭୂକ୍ତ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ଓୟୁଏର ଭୂମିକାକୁ ନେଇ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥନନ୍ ମଧ୍ୟପ୍ରଦେଶ ପ୍ରତିନିଧ୍ଖ ଦଳଙ୍କୁ ଅବଗତ କରାଇଛନ୍ତି I
ପୌର ନିର୍ଦେଶକ ତଥା ମିଶନ୍ ନିର୍ଦ୍ଦେଶକ ଏସବିଏମ୍ ସଂଗ୍ରାମଜିତ ନାୟକ ଏହି ଅବସରରେ ଉପସ୍ଥିତ ରହି ବିଭିନ୍ନ ଲୋକକେନ୍ଦ୍ରି କାର୍ଯ୍ୟକ୍ରମ , ଏଫଏସଏସଏମ୍ ମୂଲ୍ୟ ଶୃଙ୍ଖଳା, ଗାରିମା, ଡାଇଟ୍ ପ୍ଲାଟଫର୍ମ ଏବଂ ରାଜ୍ୟରେ ସହରାଞ୍ଚଳ-ଗ୍ରାମୀଣ ସମ୍ମିଶ୍ରଣ ପାଇଁ ପଦକ୍ଷେପ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ୤ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ଦୁର୍ଗେଶ ନଦିନୀ ସାହୁ, ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ ବି ପରମେଶ୍ୱରନ୍ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରସଙ୍ଗରେ ମଧ୍ୟପ୍ରଦେଶର ପ୍ରତିନିଧି ଦଳଙ୍କ ସହ ଆଲୋଚନା କରିଥିଲେ ୤ ବୈଠକ ପରେ ମଧ୍ୟପ୍ରଦେଶରୁ ଆସିଥ୍ଖବା ପ୍ରତିନିଧି ଦଳ ଭୁବନେଶ୍ୱରର ବାସୁଆଘାଇରେ ଓୟୁଏ ଏବଂ ଏଫଏସଟିପି ପରିଦର୍ଶନ କରିଥ୍ଖଲେ I ଦ୍ୱିତୀୟ ଦିନରେ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ଥିବା ୱେଲ୍ଥ ସେଣ୍ଟର ପରିଦର୍ଶନ କରିବା ପରେ ଜଟଣୀ, କୋଣାର୍କ ଏନଏସି ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣ ଓ ଏନଏସି ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟ ପ୍ରଣାଳୀକୁ ନେଇ ଆଲୋଚନା କରିଥିଲେ I ପରବର୍ତ୍ତୀ ଦିନ ପୁରୀର ଜଳ ବିଶୋଧନାଗାର ପରିଦର୍ଶନ କରି ଅଧିକାରୀଙ୍କ ସହ ଆଲୋଚନା କରିଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I. ……..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking