14.1 C
Bhubaneswar
Saturday, January 11, 2025
Homeବିଜିନେସ୍ବେଦାନ୍ତ ଆଲୁମିନିୟମ ସ୍ମେଲଟରରେ ଜଳ ବିନିଯୋଗ ୧୧% ହ୍ରାସ

ବେଦାନ୍ତ ଆଲୁମିନିୟମ ସ୍ମେଲଟରରେ ଜଳ ବିନିଯୋଗ ୧୧% ହ୍ରାସ

ଝାରସୁଗୁଡ଼ା : ଭାରତରେ ଆଲୁମିନିୟମ ସ୍ମେଲଟର ମଧ୍ୟରେ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ ସ୍ମେଲଟର-୧ ପାଇଁ ୨୦୨୨ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ପରିମାଣର ଜଳ ବିନଯୋଗକୁ ୧୧% କମ କରିବାର ଗୌରବ ଅର୍ଜନ କରିଛି । ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ବିଶ୍ୱର ବୃହତ ଆଲୁମିନିୟମ ସ୍ମେଲଟିଂ କଂପ୍ଲେକ୍ସ ମଧ୍ୟରୁ ଅନ୍ୟତମ । ଏହାର ସ୍ମେଲଟର-୨ରେ ଜଳ ବ୍ୟବହାରକୁ ଆର୍ଥିକ ବର୍ଷରେ ପ୍ରାୟ ୮ % ହ୍ରାସ କରିଥିଲାବେଳେ ଉତ୍ପାଦନକୁ ପ୍ରାୟ ୨ ଲକ୍ଷ ଟନ ବୃଦ୍ଧି କରିଛି । ମୋଟ ଉପରେ ଗତ ଆର୍ଥିକ ବର୍ଷରେ ଇନ୍‌ହାଉସ ବ୍ୟବହାର ପାଇଁ ଏହି ସାଇଟ୍ ପ୍ରାୟ ୫ ବିଲିୟନ ଲିଟର ଜଳର ପୁନଃଚକ୍ରଣ କରିଛି । ୨୦୩୦ ସୁଦ୍ଧା ଏହାର କାର୍ଯ୍ୟକୁ ନେଟ୍ ୱାଟର ପଜିଟିଭ୍ କରିବା କଂମ୍ପାନୀର ଲକ୍ଷ୍ୟ ରହିଛି । କମ୍ପାନୀର ଜଳ ପରିଚାଳନା ପଦକ୍ଷେପ ଉପରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ-ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଛନ୍ତି ଆମର ଜଳ ପ୍ରବନ୍ଧନ ପ୍ରଚେଷ୍ଟା ୟୁଏନ ସସ୍‌ଟେନବେଲ ଡେଭଲପ୍‌ମେଣ୍ଟ ଗୋଲ (ଏସଡିଜି) ଆଧାରିତ ।

ଆମେ ଜଳ ବ୍ୟବହାରକୁ କମ କରିବା ପାଇଁ ପ୍ରୟାସ କରୁଛୁ । ଆମର କାର୍ଯ୍ୟକୁ ସକାରାତ୍ମକ ଦିଗରେ ପରିଚାଳିତ କରିବା ଉଦ୍ଦେଶ୍ୟରେ ଆମର ଏହି ଯାତ୍ରା ବ୍ୟବସାୟର ସ୍ଥରତାକୁ ସୁନିଶ୍ଚିତ କରିବ ଓ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଜୈବ ବିବିଧତା ପାଇଁ ଜଳ ଉପଲବ୍ଧତା ବୃଦ୍ଧି କରିବ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ଏହା ବିଶ୍ୱଶ୍ରେଣୀର ୧.୬ ଏମଟିପିଏ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ୍ ଓ ଝାରସୁଗୁଡ଼ାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking