37.1 C
Bhubaneswar
Saturday, May 18, 2024
Homeଓଡିଶାସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ଠାରୁ ଜବତ ହେଲା ୧୧ ଲକ୍ଷ ଟଙ୍କା

ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ଠାରୁ ଜବତ ହେଲା ୧୧ ଲକ୍ଷ ଟଙ୍କା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କ ଠାରୁ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଗତକାଲି ରାତିରେ ନଗଦ ୬ ଲକ୍ଷ ଟଙ୍କା ଧରି ନିଜ ବୁଲେଟରେ ଯାଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ରାୟଗଡ଼ା ସହରର ଅରବିନ୍ଦ ନଗରରେ ତାଙ୍କୁ ଧରି ଯାଞ୍ଚ କରିବା ସମୟରେ ନଗଦ ଟଙ୍କା ମିଳିଥିଲା। ଏହାପରେ ତାଙ୍କର ରାୟଗଡ଼ା ସହରରେ ଥିବା ଭଡାଘରେ ଯାଞ୍ଚ ହୋଇଛି। ସେହିଭଳି ନବରଙ୍ଗପୁର ସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ପାତ୍ରପଡାରେ ତାଙ୍କ ପତ୍ନୀ ରହୁଥିବା ଘରେ ମଧ୍ୟ ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ୍। ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଜବତ ଟଙ୍କାର ହିସାବ ସେ ପ୍ରଦାନ କରିନପାରିବାରୁ କିଶୋରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ। ବେଆଇନ ଭାବେ ଏହି ଟଙ୍କା ଆୟ କରିଥିଲେ କିଶୋର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking