16.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶକନଷ୍ଟ୍ରକସନ ସାଇଟରେ ଦୁର୍ଘଟଣା ; ୯ ଜଣ ଶ୍ରମିକ ଉଦ୍ଧାର, ୧୧ ଏବେବି ନିଖୋଜ

କନଷ୍ଟ୍ରକସନ ସାଇଟରେ ଦୁର୍ଘଟଣା ; ୯ ଜଣ ଶ୍ରମିକ ଉଦ୍ଧାର, ୧୧ ଏବେବି ନିଖୋଜ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଏକ ରୋଡ କନଷ୍ଟ୍ରକସନ ସାଇଟ ରୁ ନିଖୋଜ ହୋଇଯାଇଥିବା ଅନ୍ୟ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ଏହା ସହିତ ଏପର‌୍ୟ୍ୟନ୍ତ ସମୁଦାୟ ୧୯ ଜଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇଛି । କୁରୁଙ୍ଗ କୁମେ ଡେପୁଟି କମିଶନର ବେଙ୍ଗିଆ ନିଗେ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ଜଣେ ଶ୍ରମିକ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୭ ଜଣ ଶ୍ରମିକଙ୍କୁ ଡାମିନ ସର୍କଲର ହୁରି ଏବଂ ଫୁରାକ ନଦୀ ମଧ୍ୟରେ ଥିବା ରାସ୍ତାରେ ଏକ ରୁଟରେ ଦେଖିବାକୁ ମିଳିଥିଲା।ଉଦ୍ଧାର ହୋଇଥିବା ଶ୍ରମିକମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ଫୁରାକ ନଦୀରେ ଖସିପଡ଼ିବା ପରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ରାସ୍ତାରେ ଏକ ପଥର ଉପରେ ବିଶ୍ରାମ ନେଉଥିବା ବେଳେ ମୃତ୍ୟୁ ଘଟିଛି। ନିଗେ କହିଛନ୍ତି, ‘ତଥାପି ଉଦ୍ଧାରକାରୀ ଦଳ ଏପର‌୍ୟ୍ୟନ୍ତ କୈାଣସି ମୃତଦେହ ପାଇ ନାହାଁନ୍ତି। ସେମାନଙ୍କୁ ଇଦ୍ ପାଇଁ ଘରକୁ ଯିବାକୁ ଦିଆଯାଇନଥିଲା। ସେମାନେ ପାଦରେ ନିଜ ଘରକୁ ଚାଲିଗଲେ ଏବଂ ସେବେଠାରୁ ସେମାନ ଙ୍କର କିଛି ଠିକଣା ମିଳି ନ ଥିଲା । ଉଦ୍ଧାର ହୋଇଥିବା ଆଠ ଜଣ ଶ୍ରମିକଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ଇଟାନଗର ନିକଟସ୍ଥ ନହରାଲାଗୁନରେ ଥିବା ଟୋମୋ ରିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଆଣ୍ଡ ମେଡିକାଲ ସାଇନ୍ସ (ଟ୍ରାଇଏମ୍ଏସ୍) ରେ ଭର୍ତ୍ତି କରାଯାଇଛି। ବାକିମାନଙ୍କୁ କୋଲୋରିଆଙ୍ଗର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର ହୋଇଥିବା ଆଠ ଜଣ ଶ୍ରମିକ ମଧ୍ୟରେ ଖଇରୁଲ ଇସଲାମ (୨୬), ମାଜିଦୁଲ ଅଲି (୩୦), ମନୋହର ହୁସେନ୍ (୧୮), ଇନାମୁଲ ହୁସେନ୍ (୧୮), ଜୈନ ଅଲି (୪୫), ହମିଦୁଲ ହୁସେନ୍, ଅବଦୁଲ ଅମିନ ଏବଂ ଇବ୍ରାହିମ ଅଲି ବୋଲି ଜଣାପଡିଛି। ନିଘେ କହିଛନ୍ତି ଯେ ନିଖୋଜ ଥିବା ସମସ୍ତ ଲୋକଙ୍କୁ ଚିହ୍ନଟ ନହେବା ପର‌୍ୟ୍ୟନ୍ତ ଉଦ୍ଧାର କାର‌୍ୟ୍ୟ ଜାରି ରହିବ। ବର୍ତ୍ତମାନ ଏସଡିଆରଏଫ, ପୋଲିସ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ କ୍ୟାମ୍ପ ରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking