18.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗବିନା ପ୍ରଧାନ ଶିକ୍ଷକରେ ୧୦୦୩ ହାଇସ୍କୁଲ

ବିନା ପ୍ରଧାନ ଶିକ୍ଷକରେ ୧୦୦୩ ହାଇସ୍କୁଲ

ଭୁବନେଶ୍ୱର: ବିନା ପ୍ରଧାନଶିକ୍ଷକରେ ରାଜ୍ୟରେ ଚାଲିଛି ୧୦୦୩ ସରକାରୀ ହାଇସ୍କୁଲ । ପ୍ରଧାନ ଶିକ୍ଷକ ପଦବୀ ଖାଲି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ସ୍କୁଲରେ ୨୮୦ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ସମୀର କହିଛନ୍ତି ଯେ,୯୩୯ଟି ବରିଷ୍ଠ ଏସଇଏସ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି । କେନ୍ଦ୍ରାପଡାରେ ୯୯ଟି ସ୍କୁଲରେ ପ୍ରଧାନ ଶିକ୍ଷକ ନଥିବା ବେଳେ ବାଲେଶ୍ୱରରେ ସର୍ବାଧିକ ୧୨୩ଟି ସ୍କୁଲରେ ପ୍ରଧାନ ଶିକ୍ଷକ ନଥିବା ଖବର ସାମ୍ନାକୁ ଆସିଛି । ସେହିଭଳି ଭଦ୍ରକରେ ୮୨, କଟକରେ ୬୩, ଯାଜପୁରରେ ୭୩, କେନ୍ଦୁଝରରେ ୭୨ ସ୍କୁଲରେ ନାହାଁନ୍ତି ପ୍ରଧାନଶିକ୍ଷକ । ଅନ୍ୟପଟେ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୨୮୦ ପ୍ରଧାନଶିକ୍ଷକ ନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking