30.1 C
Bhubaneswar
Friday, May 30, 2025
Homeଓଡିଶାବାହାଘର ଭୋଜି ଚାଲିଥିବା ବେଳେ ଜୀଅନ୍ତା ଜଳିଗଲେ ୧୦୦ ଜଣ

ବାହାଘର ଭୋଜି ଚାଲିଥିବା ବେଳେ ଜୀଅନ୍ତା ଜଳିଗଲେ ୧୦୦ ଜଣ

ଭୁବନେଶ୍ୱର: ଜୀଅନ୍ତା ଜଳିଗଲେ ୧୦୦ ଜଣ। ବାହାଘର ଭୋଜି ଚାଲିଥିବା ବେଳେ ୱେଡିଂ ହଲ୍‌ରେ ନିଆଁ ଲାଗି ଯିବା ଯୋଗୁ ଏହି ବଡ଼ ଅଘଟଣ ଘଟିଛି। ଇରାକ ସହରର ହାମ୍‌ଦାନିୟାରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୫୦ରୁ ଅଧିକ ଲୋକ ଏଥିରେ ଗୁରୁତର ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ବର ଓ କନ୍ୟା ମଧ୍ୟ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛିା ସୂଚନା ଅନୁସାରେ, ଗତକାଲି ରାତିରେ ବିବାହ ପରେ ରିସେପସନ୍ ପାର୍ଟି ଚାଲିଥିଲା। ଏହି ସମୟରେ ବିବାହ ଆୟୋଜନ ହୋଇଥିବା ଟେଣ୍ଟ ଭିତରେ ବାଣ ଫୁଟାଇ ସେଲିବ୍ରେସନ୍ କରିଥିଲେ।

ଏଥିରୁ ନିଆଁ ଲାଗିବା ପରେ ପୁରା ଟେଣ୍ଟ ଓ ଭୋଜି ହୋଇଥିବା ସ୍ଥାନ ଜଳି ଯାଇଥିଲା। ଖବରପାଇ ଇରାକ ଅଗ୍ନିଶମବାହିନୀ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking