29.1 C
Bhubaneswar
Friday, May 30, 2025
Homeଦେଶ ବିଦେଶହସପିଟାଲରେ ଲାଗୁ ହେବ ୧୦୦% କ୍ୟାସଲେସ୍ ସୁବିଧା

ହସପିଟାଲରେ ଲାଗୁ ହେବ ୧୦୦% କ୍ୟାସଲେସ୍ ସୁବିଧା

ନୂଆଦିଲ୍ଲୀ: ଖୁବଶୀଘ୍ର ସ୍ୱାସ୍ଥ୍ୟବୀମା ପଲିସିଧାରୀମାନେ ୧୦୦ ପ୍ରତିଶତ କ୍ୟାସଲେସ୍ ସୁବିଧାର ଲାଭ ପାଇବେ, ଯାହା ଅଧୀନରେ ଡାକ୍ତରଖାନାଗୁଡ଼ିକ ବିନା ଦେୟରେ ଚିକିତ୍ସା କରିବେ । ବର୍ତ୍ତମାନ ପଲିସିଧାରୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଗଲେ ହସପିଟାଲଗୁଡ଼ିକ ରୋଗୀମାନଙ୍କୁ କିଛି ଟଙ୍କା ଜମା କରିବାକୁ ବାଧ୍ୟ କରୁଛନ୍ତି । କିନ୍ତୁ ଏଣିକି ଏହି ବ୍ୟବସ୍ଥା ସଂପୂର୍ଣ୍ଣଭାବେ ଉଠାଇବାକୁ ବୀମା ନିୟାମକ ଆଇଆରଡିଏଆଇ ଯୋଜନା କରୁଛନ୍ତି । ଆଇଆରଡିଏଆଇ ସମସ୍ତ ଡାକ୍ତରଖାନାରେ କ୍ୟାସଲେସ୍ ସେଟଲମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ସାଧାରଣ ବୀମା ପରିଷଦ (ଜିଆଇସି) ଗଠନ କରିଛି ଏବଂ ଶେଖର ସମ୍ପତ୍ କୁମାରଙ୍କୁ ଏହାର ସ୍ୱାସ୍ଥ୍ୟ ବୀମା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି ।

ଏହି ବ୍ୟବସ୍ଥା କୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ବୀମା ନିୟାମକ ଆଇଆରଡିଏଆଇ ହସ୍ପିଟାଲଗୁଡ଼ିକର ସାଧାରଣ ପ୍ୟାନେଲ୍ ପ୍ରକ୍ରିୟା ଏବଂ ୧୦୦% କ୍ୟାସଲେସ୍ କମିଟିକୁ ଦେଶର ଡାକ୍ତରଖାନାଗୁଡ଼ିକରେ ସମ୍ପୂର୍ଣ୍ଣ କ୍ୟାସଲେସ୍ ଚିକିତ୍ସା ବୀମା ସମାଧାନ କାର୍ଯ୍ୟକାରୀ କରିବା ଉପରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି । ବର୍ତମାନ ୪୯ ପ୍ରତିଶତ ହସ୍ପିଟାଲରେ କ୍ୟାସଲେସ୍ ସେଟଲମେଣ୍ଟ ସୁବିଧା ଉପଲବ୍ଧ ରହିଛି । ଏଭଳି ହସ୍ପିଟାଲ ସଂଖ୍ୟା ପାଖାପାଖି ୨୫ ହଜାର । ବୀମା ନିୟାମକଙ୍କ କହିବା ଅନୁଯାୟୀ, ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ପାଖାପାଖି ୪୦ କୋଟି ସ୍ୱାସ୍ଥ୍ୟବୀମା ପଲିସିଧାରୀ ଉପକୃତ ହେବେ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking