28.1 C
Bhubaneswar
Sunday, September 8, 2024
Homeଓଡିଶାନାବାଳିକା ଦୁଷ୍କମର୍କାରୀକୁ ୧୦ବର୍ଷ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା

ନାବାଳିକା ଦୁଷ୍କମର୍କାରୀକୁ ୧୦ବର୍ଷ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା

କଟକ : ୨୦୧୮ ମସିହା ମେ ମାସରେ କଟକ ପ୍ରେସ ଛକ ବରଫ ଦୋକାନେର ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣୋର ଆସାମୀ ଜଗବନ୍ଧୁ ମହାପାତ୍ରକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନର୍ଦ୍ଦେଶ ଦେଇଛନ୍ତି କଟକ ଆଡ଼ହକ ଫାଷ୍ଟ ଟ୍ରାକ ପୋକେସା କୋର୍ଟ । ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦେବାପାଇଁ କୋର୍ଟ ନର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ମଧ୍ୟ ନେିଦ୍ଦର୍ଶ ଦେଇଛନ୍ତି ଅଦାଲତ । ପିଡ଼ିତାକୁ କ୍ଷତିପୂରଣ ବାବଦରେ ଆଇନ ଅନୁଯାୟୀ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ ।

ପିଡ଼ିତାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଟଙ୍କା ବ୍ୟାଙ୍କର ଫିକ୍ସ ଡିପୋଜିଟ ଆକାରରେ ରହିବ । ୨୦୧୮ ମେ ୧୭ ତାରିଖେର କଟକ ମଧୁପାଟଣା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ଏ ନେଇ ପିଡ଼ିତାର ମାଙ୍କ ଅଭିଯୋଗ କ୍ରମେ ମହିଳା ଥାନୋର ଏହି ଘଟଣାର ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । େସେତେବଳର ତଦନ୍ତକାରୀ ଅଧିକାରୀ ଦୂଗେର୍ଶ ନନ୍ଦିନୀ ମହାନ୍ତି ଏହି ଘଟଣାର ତଦନ୍ତ କରିଥେôଲ । ୧୯ ଜଣ ସାକ୍ଷୀଙ୍କ ବୟାନ ଓ ୨୨ ଟି ତଥ୍ୟ ପ୍ରମାଣକୁ ଆଧାର କରି କଟକ ଆଡ଼ହକ ଫାଷ୍ଟ ଟ୍ରାକ ପକେସା କୋର୍ଟ ଏହି ନର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking