26.1 C
Bhubaneswar
Saturday, July 12, 2025
Homeଅପରାଧଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

କେନ୍ଦ୍ରାପଡ଼ା : ଦୁଷ୍କର୍ମ ଅଭିଯୁକ୍ତକୁ ସ୍ଥାନୀୟ ଅଦାଲତ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ପ୍ରକାଶ ଯେ, ସ୍ୱାମୀ ପରିତ୍ୟକ୍ତା ମହିଳା ଲକ୍ଷ୍ମୀ ବୈଦ୍ୟ ତାଙ୍କ ବାପଘରେ ରହୁଥିଲେ । ବାପା-ମା’ ବିଲକୁ ଯାଇଥିବାବେଳେ ଏହାର ସୁଯୋଗ ନେଇ ୨୦୧୯ ନଭେମ୍ବର ୭ରେ କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ଅଞ୍ଚଳର ଅଭିଯୁକ୍ତ ବଙ୍କିମ ମଣ୍ଡଳ (୫୫) କବାଟ ବାଡ଼େଇ ପୀଡ଼ିତାଙ୍କୁ ଡାକଥିଲେ । ପୀଡ଼ିତା କବାଟ ଖୋଲିବା ପରେ ବଙ୍କିମ ଧମକ ଚମକ ଦେଇ ତାକୁ ଦୁଷ୍କର୍ମ କରିଥିଲା ।

ଏହା ଜାଣି ଲକ୍ଷ୍ମୀଙ୍କ ଭାଇ ନନ୍ଦ ବାଇନ ଜମ୍ବୁ ମେରାଇନ ଥାନାରେ ୨୧ ତାରିଖରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମାଲା ରୁଜୁ କରି ଅଭିଯୁକ୍ତ ବଙ୍କିମକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଡହକ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନେରା ୧୫ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଆସାମୀ ବଙ୍କିମ ମଣ୍ଡଳଙ୍କୁ ୧୦ବର୍ଷ ଜେଲ୍‌ଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । ସରକାରୀ ଓକିଲ ସଞ୍ଜୟ କୁମାର ଜେନା ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking