36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶକେଜ୍ରିୱାଲଙ୍କ ସଚିବଙ୍କ ଘର ସମେତ ୧୦ ସ୍ଥାନରେ ଚଢ଼ାଉ

କେଜ୍ରିୱାଲଙ୍କ ସଚିବଙ୍କ ଘର ସମେତ ୧୦ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ । ସକାଳୁ ସକାଳୁ ନୂଆଦିଲ୍ଲୀରେ ଇଡିର କାର୍ୟ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଅର୍ଥ ହେରଫେର ମାମଲାରେ ତଦନ୍ତର ଏକ ଅଂଶ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟି ସହ ଜଡିତ ନେତାଙ୍କ ବାସଭବନରେ ଚଢ଼ାଉ କରିଛି ଇଡି । ଏଥିରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ଏନଡି ଗୁପ୍ତା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାନଙ୍କ ବସଭନରେ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମୁଦାୟ ୧୦ଟି ଠିକଣାରେ ଏହି ରେଡ୍ କରାଯାଇଥିବା ସୂଚନା ରହିଛି । ଏହା ବ୍ୟତୀତ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ସଲଭ କୁମାରଙ୍କ ବାସଭବନରେ ମଧ୍ୟ ଇଡି ରେଡ ଚାଲିଛି ।

ସୂଚନା ଅନୁସାରେ, ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତାଙ୍କ ଘରେ ଏହି ରେଡ କରାଯାଉଛି । ତେବେ ରେଡ ସମୟରେ କଣ ଜବତ କରାଯାଇଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ । ଅନ୍ୟପଟେ ବିଜେପି ନେତାଙ୍କ ନିର୍ଦ୍ଦେଶରେ ଆପ୍ ନେତାଙ୍କ ଉପରେ ଏକ ପ୍ରକାର ଚାପ ପକାଯାଉଥିବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking