ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପଟଣା ଥାନା ଅନ୍ତର୍ଗତ ମଝିହରା ବସ୍ତିର ଅକ୍ଷେୟ ମାଝୀଙ୍କ ହତ୍ୟା ଘଟଣାରେ ଆଜି ୧୦ ଜଣଙ୍କୁ ଗିରଫ କରିଛି ବାଲିପଟଣା ଥାନା ପୁଲିସ । ଗିରଫମାନେ ହେଲେ ସେହି ଗ୍ରାମର ମହଲା ସାହିର ବଳରାମ ପଲେଇ ଓରଫ ଗୋଲେଇ(୪୫), ସୁନୀଲ ପଲେଇ ଓରଫ ଦଲେଇ(୨୫), ବିଦେଶି ପଲେଇ ଓରଫ ନନ୍ଦ(୩୦), ବିକାଶ ପଲେଇ, ନବକିଶୋର ପଲେଇ ଓରଫ ଗାଣ୍ଡୁ(୨୧), କେଦାରନାଥ ପଲେଇ(୬୧), କାଳନ୍ଦି ପଲେଇ(୩୫) ସଞ୍ଜୁକ୍ତା ଦେଇ ପଲେଇ(୩୦), ରମାମଣୀ ପଲେଇ(୫୦) ଏବଂ କାଳନ୍ଦି ଭୋଇ(୪୮) । ସୂଚନା ମୁତାବକ ମୃତ ଅକ୍ଷୟ ମାଝୀଙ୍କ ସ୍ତ୍ରୀକୁ ଦିଲୁ ନାମକ ଯୁବକ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରୁଥିବାରୁ ୧୦ ଦିନ ପୂର୍ବେ ଦିଲୁ ଓ ଅକ୍ଷେୟଙ୍କ ମଧ୍ୟ ମାରପିଟି ହୋଇଥିଲା ।
ଏହା ନିକଟସ୍ଥ ବାଳକାଟି ଫାଣ୍ଡିରେ ଆପସ ବୁଝାମଣ ହୋଇଥିଲା କୁନ୍ତି ଦିଲୁ ପ୍ରତିଶୋଧ ପରୟଣ ହୋଇ ଗତ ୧୭ ତାରିଖ ରାତିରେ ଅକ୍ଷେୟ ଏକ ସାର ଦୋକାନରେ ବିଶିଥିବା ସମୟରେ ସଙ୍ଗବଦ୍ଧ ଭାବେ ମରାଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଥିଲେ । ତାପରେ ତାଙ୍କୁ ସେଠାରୁ ନେଇ ଏକ ନିଛାଟିଆ ସ୍ଥାନରେ ଫୋପାଡି ଦେଇଥିଲେ ଦିଲୁ ଏବଂ ତାଙ୍କ ସହଯୋଗୀ । ସେହି ବାଟଦେଇ ଯାଉଥିବା ଜଣେ ଲୋକ ଅକ୍ଷେୟଙ୍କୁ ଦେଖି ତାଙ୍କ ଘରେ କହିବା ପେର ଘରଲୋକ ପୁଲିସକୁ ଖବର ଦେଇଥିଲେ । ସେଠାରୁ ଅକ୍ଷେୟଙ୍କୁ ବାଲିପଟଣା ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରରକୁ ନିଆ ଯାଇଥିଲେ କିନ୍ତୁ ପୁଣି ସେଠାରୁ କ୍ୟାପିଟାଲ, ସମ, ଶ୍ରୀ ଏବଂ ଶେଷରେ ହାଇଟେକ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଅକ୍ଷେୟଙ୍କ ମୃତ ଘଟିଥିଲା । ଏନେଇ ଅକ୍ଷେୟଙ୍କ ସ୍ତ୍ରୀ ଶ୍ରାବଣୀ ମାଝୀଙ୍କ ବାଲିପଟଣା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଉକ୍ତ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।