ନୂଆଦିଲ୍ଲୀ: ଟ୍ରକ ଓଲଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଟ୍ରକଟି ୩୫ଜଣ ପ୍ରବାସୀ ମହିଳାଙ୍କୁ ନେଇ ଯାଉଥିଲା । ତେବେ ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଥିବା ଜଣାପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ମର୍ମନ୍ତୁଦ ଘଟଣା ମେକ୍ସିକୋ ଚିୟାପାସରେ ଘଟିଛି । ୩୫ ଜଣ ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଓଲଟି ପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ମେକ୍ସିକୋର ନ୍ୟାସନାଲ ମାଇଗ୍ରେସନ ଇନଷ୍ଟିଚ୍ୟୁଟ ବୟାନ ଜାରି କରିଛି । କ୍ୟୁବାରୁ ଆସିଥିବା ଏହି ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଟ୍ରକଟି ସମ୍ଭବତଃ ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାତ୍ରା କରୁଥିଲା। ଗୁଏଟ୍ମାଲା ସୀମାନ୍ତ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା କଥା ଜଣାପଡିଛି ।
ଖବର ମୁତାବକ, ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଲାଉଥିବାରୁ ଗାଡି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ସହିତ ୧୦ ଜଣ ମହିଳା ସାମିଲ ରହିଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହକୁ ନିଜ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।