ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଅଧିକ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟରେ ଜାରି ବର୍ଷା ପାଇଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସୂଚନା ଏଚପିଡିଏମଏଙ୍କ ପକ୍ଷରୁ କୁହାଯାଇଛି । ଜାରି ସୂଚନା ଅନୁସାରେ, ଗତ ୧୩୦ ଦିନରେ ହୋଇଥିବା ବର୍ଷା କାରଣରୁ ୪୩୨ ଜଣଙ୍କ ମୃତ୍ୟୁ ହୋଇସାରିଛି । ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା କାରଣରୁ ପ୍ରାକୃତିକ ଦୁର୍ବିପାକ ଓ ସଡକ ଦୁର୍ଘଟଣା ପାଇଁ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ଅଧିକ ବର୍ଷା ପାଇଁ ୧୫ରୁ ଅଧିକ ଘର ବୁଡି ରହିଛି । ଅନ୍ୟପଟେ ରାଜ୍ୟରେ ୧୨୩ ସଡକ ବନ୍ଦ କରାଯାଇଛି । ମାତ୍ରାଧିକ ବର୍ଷା ପାଇଁ ୧୧୦୮ କୋଟିର ସଂପତି ନଷ୍ଟ ହୋଇଛି । କୃଷି କ୍ଷେତ୍ରରେ ୭୪୫ କୋଟିର କ୍ଷତି ହୋଇଛି ।