18.1 C
Bhubaneswar
Saturday, November 23, 2024
Homeଓଡିଶାରାଜ୍ୟରେ ଆଜି ୧୦ମୁଣ୍ଡ ନେଲା କରୋନା, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି ୧୦ମୁଣ୍ଡ ନେଲା କରୋନା, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। କରୋନାକୁ ନେଇ ସବୁଠାରୁ ଚିନ୍ତା ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିଂହ୍ନଟ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଏହି ଜିଲ୍ଲାରେ ସର୍ବାଧିକ। ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ୪ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ରାୟଗଡ଼ା ଜିଲ୍ଲାରୁ ୨ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭କୁ ବୃଦ୍ଧି ପାଇଛି।

ଅନ୍ୟପଟେ, ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ତାଲିକା ଚିନ୍ତା ବଢାଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ଉପରେ ରହିଛି। ଗତକାଲି ରାଜ୍ୟରୁ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛନ୍ତି ୬ ହଜାର ୭୩ । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୯୨ ସଂକ୍ରମିତ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରେ ଥିବାବେଳେ ୨୭୭୨ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି।

ଆଜି ବଲାଙ୍ଗିରରୁ ୪୫୭, ନୂଆପଡ଼ାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧, ଝାରସୁଗୁଡ଼ାରୁ ୩୫୯, ବରଗଡ଼ରୁ୨୮୬, କଳାହାଣ୍ଡିରୁ ୨୭୭, କେନ୍ଦୁଝରରୁ ୨୬୬, ଅନୁଗୁଳରୁ ୨୩୯, ପୁରୀରୁ ୨୬୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮ ଏବଂ ଷ୍ଟେଟ୍ ପୁଲରୁ ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭, ରାୟଗଡ଼ାରୁ ୭୭, ଗଜପତିରୁ ୭୯, କୋରାପୁଟରୁ ୭୬, ସୁବର୍ଣ୍ଣପୁରରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ- ୫୦,୯୫୮ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୬୭ ହଜାର ୧୧୧। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking